କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ଛାତିରେ ହେଲା ଯନ୍ତ୍ରଣା, ଡାକ୍ତରଖାନାରେ ଗଲା ଜୀବନ

ହାଇଦ୍ରାବାଦ: କରୋନା ଟିକା ନେବା ପରେ ପୁଣି ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୪୦ବର୍ଷ ହୋଇଥିବା ବେଳେ ସେ ‌ଜ‌ାନୁଆରି ୧୯ରେ କରୋନା ଟିକା ନେଇଥିଲେ। ହେଲେ ଛାତିରେ ଯନ୍ତ୍ରାଣା ହେବାରୁ ଆଜି ସକାଳ ୫ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ କରୋନା ଟିକା ପାଇଁ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ‌ଜ‌ାନୁଆରି ୧୯ ତାରିଖ ଦିନ ୧୧ଟା ୩୦ରେ ସ୍ୱାସ୍ଥ୍ୟ କର୍ମୀଜଣକ ନିର୍ମଳ ଜିଲ୍ଲାର କୁନ୍ତଳା ପିଏଚସିରେ କରୋନା ଟିକା ନେଇଥିଲେ। ପ୍ରଥମେ ସବୁ କିଛି ଠିକ ଥିବା ବେଳେ ରାତି ୨ଟା ୩୦ରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ଜାନୁଆରି ୨୦ ସକାଳ ୫ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା।

Telangana Man Dies After Jab, Official Says 'Seems Unrelated To Vaccine'
ndtv
ମୃତ୍ୟୁ ପରେ କାରଣ ଜାଣିବା ପାଇଁ ଜିଲ୍ଲା ଏଇଏଫଆଇ କମିଟି ଏହାର ଯାଞ୍ଚ କରୁଛି ଏବଂ ରିପୋର୍ଟ ମିଳିବା ପରେ ଜିଲ୍ଲା ଏଇଏଫଆଇ ରାଜ୍ୟ ଏଇଏଫଆଇ କମିଟିରେ ଦାଖଲ କରିବ। ପରେ ରାଜ୍ୟ ଏଇଏଫଆଇ କମିଟି ଜିଲ୍ଲା ଏଇଏଫଆଇ ଦେଇଥିବା ରିପୋର୍ଟ ସମୀକ୍ଷା ପାଇଁ କେନ୍ଦ୍ରୀୟ ଏଇଏଫଆଇ କମିଟିକୁ ପ୍ରଦାନ କରିବ।
ସମ୍ବନ୍ଧିତ ଖବର