ସରକାର କାଶ୍ମୀରରେ ଏକ ଦୁଃସାହସ କରିବାକୁ ଯାଉଛନ୍ତି : ଚିଦାମ୍ବରମ

ଶ୍ରୀନଗର : କାଶ୍ମୀର ସ୍ଥିତିକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ସରକାର କାଶ୍ମୀରରେ ଏକ ଦୁଃସାହାସ କରିବାକୁ ଯାଉଛନ୍ତି ବୋଲି କଂଗ୍ରେସ ନେତା ପି.ଚିଦାମ୍ବରମ କହିଛନ୍ତି । ସେହିପରି କଂଗ୍ରେସ ନେତା ଗୁଲମ ନବି ଆଜାଦ କହିଛନ୍ତି ଯେ କାଶ୍ମୀରରେ ଯେତେବେଳେ ଆତଙ୍କବାଦ ଚରମ ସୀମାରେ ଥିଲା ସେତେବେଳେ ମଧ୍ୟ ଅମରନାଥ ଯାତ୍ରା ବନ୍ଦ ହୋଇନଥିଲା ।

କାଶ୍ମୀରକୁ ନେଇ ଚିନ୍ତା ବଢିଚାଲିଥିବାବେଳେ ବିଦେଶୀ ରାଷ୍ଟ୍ରମାନେ ନିଜ ନିଜ ନାଗରିକମାନଙ୍କୁ ଯଥାଶୀଘ୍ର କାଶ୍ମୀର ଉପତ୍ୟାକା ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଅଷ୍ଟ୍ରେଲିଆ ଆଦି ଦେଶ ନିଜ ର ନାଗରିକମାନଙ୍କୁ କାଶ୍ମୀର ନ ଯିବାକୁ କିମ୍ବା ସେଠାରେ ଥିଲେ ଯଥାଶୀଘ୍ର ଫେରିଆସିବାକୁ ପରାମର୍ଶ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଅମରନାଥ ଯାତ୍ରା ବାତିଲ ହେବା ପରେ ଏୟାରପୋର୍ଟ ଓ ରେଳ ଷ୍ଟେସନରେ ରହିଥିବା ଯାତ୍ରୀମାନଙ୍କୁ ଦିଲ୍ଲୀ, ଜାମ୍ମୁ କିମ୍ବା ଚଣ୍ଡିଗଡ଼ ରେ ପହଞ୍ଚାଇବାକୁ ଭାରତୀୟ ବାୟୁସେନାର ସି-୧୭ ବ୍ୟବହାର ହେବ । ଏହି ପରିବହନ ବିମାନ ପ୍ରଦାନ ପାଇଁ ରାଜ୍ୟ ସରକାର ବାୟୁସେନାକୁ ନିବେଦନ କରିଥିଲେ ।

 

ସମ୍ବନ୍ଧିତ ଖବର