ଇଂଲଣ୍ଡ ଓ ଜର୍ମାନ ନିଜ ନାଗରିକମାନଙ୍କୁ ଜମ୍ମୁ-କଶ୍ମୀର ଯିବାକୁ ବାରଣ କଲେ

ଶ୍ରୀନଗର: ପର୍ଯ୍ୟଟକମାନଙ୍କୁ ସରକାର ଜମ୍ମୁ-କଶ୍ମୀର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବା ପରେ ଇଂଲଣ୍ଡ ଓ ଜର୍ମାନ ଦେଶର ଦୂତାବାସ ପକ୍ଷରୁ ସେମାନଙ୍କ ନାଗରିକମାନଙ୍କ ସକାଶେ ପରାମର୍ଶ ପତ୍ର ଜାରି କରାଯାଇଛି। ଜମ୍ମୁ-କଶ୍ମୀର ନଯିବା ପାଇଁ ଏହି ପରାମର୍ଶ ପତ୍ରରେ କୁହାଯାଇଛି।

ଇଂଲଣ୍ଡ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ପତ୍ରରେ ସ୍ପଷ୍ଟ ଭାବେ ସୀମାନ୍ତ ସହର ଜମ୍ମୁ, ଲଦାଖ, ପହଲଗାମ, ଗୁଲମାର୍ଗ ଓ ସୋନମାର୍ଗ ଆଦିକୁ ଯିବା ପାଇଁ ମନା କରାଯାଇଛି।

IANS Photo

ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ୩୫ ହଜାର ଅତିରିକ୍ତ ସୁରକ୍ଷାକର୍ମୀ ନିୟୋଜିତ କରିବା ପରେ ବ୍ରିଟିଶ ହାଇ କମିସନ୍‌ ଓ ଜର୍ମାନ ହାଇ କମିସନ୍‌ଙ୍କ ପକ୍ଷରୁ ଏହି ପରାମର୍ଶ ପତ୍ର ଜାରି କରିଛନ୍ତି।

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରାଯିବା ପରେ ସରକାର ଯାତ୍ରୀମାନଙ୍କୁ ଜମ୍ମୁ-କଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କର ଏହି ନିର୍ଦ୍ଦେଶ ପରେ ଇଂଲଣ୍ଡ ଓ ଜର୍ମାନ ପରି ଅନ୍ୟ କେତେକ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ନାଗରିକମାନଙ୍କ ପାଇଁ ପରାମର୍ଶ ପତ୍ର ଜାରି କରି ଜମ୍ମୁ-କଶ୍ମୀର ଯିବାକୁ ବାରଣ କରିଛନ୍ତି।

ସମ୍ବନ୍ଧିତ ଖବର