ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି, ଅମୂଲ ଦୁଗ୍ଧ ନ କିଣିବାକୁ କର୍ଣ୍ଣାଟକବାସୀଙ୍କୁ କହିବି: ସିଦ୍ଧରମୖୟା

ନୂଆଦିଲ୍ଲୀ: ଗୁଜରାଟର ଦୁଗ୍ଧଜାତ ସାମଗ୍ରୀ ସମବାୟ ‘ଅମୂଲ’ ଏବଂ କର୍ଣ୍ଣାଟକର ‘ନନ୍ଦିନୀ’ର ସମିଶ୍ରଣ ସମ୍ଭାବନାକୁ ଅଗ୍ରାହ୍ୟ କରି ଆଜି ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୖୟା କହିଛନ୍ତି ଯେ, ସେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି, ‘ଅମୂଲ’ ଦୁଗ୍ଧ ନ କିଣିବାକୁ କର୍ଣ୍ଣାଟକବାସୀଙ୍କୁ କହିବେ।

ଆଜି ‘ଇଣ୍ଡିଆ ଟୁଡେ କର୍ଣ୍ଣାଟକ ରାଉଣ୍ଡ୍‌ଟେବଲ୍‌ ୨୦୨୩’ରେ କହିବା ବ‌େଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧର‌ମୖୟା କହିଛନ୍ତି, ‘ଅମୂଲ’ ତା’ର ସାମ୍ପ୍ରତିକ ଗ୍ରାହକମାନଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ। କର୍ଣ୍ଣାଟକରେ ପ୍ରବେଶ କରି ସେ ଆଞ୍ଚଳିକ ଚାଷୀଙ୍କ ପ୍ରତି ଅନ୍ୟାୟ କରିବାକୁ ଉଦ୍ୟମ କରୁଛି। ସେଥିପାଇଁ ଲୋକେ ‘ଅମୂଲ’ର ଆଗମନକୁ ବିରୋଧ କରୁଛନ୍ତି। ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି, ‘ଅମୂଲ’ ଦୁଗ୍ଧ ନ କିଣିବାକୁ ଲୋକାମାନଙ୍କୁ କହିବି।

ବି‌ରୋଧୀଙ୍କ ବିରୋଧ ବଜାର-ବିରୋଧୀ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି, କୃତ୍ରିମ ଚାହିଦା ସୃଷ୍ଟି କରିବା ଭଲ ନୁହେଁ। ମାନ ଦୃଷ୍ଟିରୁ ‘ନନ୍ଦିନୀ’ ‘ଅମୂଲ’ ସମକକ୍ଷ। ତେଣୁ, ‘ନନ୍ଦିନୀ’ ବ୍ୟବସାୟରେ ‘ଅମୂଲ’ ହସ୍ତକ୍ଷେପ କରିବା ଅନୁଚିତ।

Image Courtesy of India Today

ଉଲ୍ଲେଖଯୋଗ୍ୟ, ଦୁଗ୍ଧ ଓ ଦହି ଯୋଗାଣ ପାଇଁ କର୍ଣ୍ଣାଟକ ବଜାରରେ ପ୍ରବେଶ କରିବ ବୋଲି ଗୁଜରାଟର ଦୁଗ୍‌ଧଜାତ ସାମଗ୍ରୀ ସମବାୟ ‘ଅମୂଲ’ ଏପ୍ରିଲ୍‌ ୫ ତାରିଖରେ ଘୋଷଣା କରିବା ଘଟଣା ଶାସକ ‘ବିଜେପି’କୁ ସମାଲୋଚନା କରିବା ଲାଗି ବିରୋଧୀ ଦଳଙ୍କୁ ଆଉ ଏକ ସୁଯୋଗ ଦେଇଛି।

ସମ୍ବନ୍ଧିତ ଖବର