ଜାହାଜରୁ ଭାରତୀୟ ନୌସେନା ନାବିକ ନିଖୋଜ; ବ୍ୟାପକ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ ତାରିଖରୁ ‌ଭାରତୀୟ ନୌସେନାର ଏକ ଜାହାଜରୁ ଜଣେ ନାବିକ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି ଓ ତାଙ୍କୁ ଠାବ କରିବା ପାଇଁ ବ୍ୟାପକ ତଲାସ ଆରମ୍ଭ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ମୁମ୍ବାଇରେ ମୁଖ୍ୟାଳୟ ଥିବା ୱେଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ କହିଛି ଯେ, ନିରୁଦ୍ଦିଷ୍ଟ ନାବିକଙ୍କ ନାଁ ସାହିଲ୍‌ ବର୍ମା। ଏଭଳି ଦୁଃଖଦାୟକ ଘଟଣାର ତଦନ୍ତ ଲାଗି ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି।

‘ଏକ୍ସ୍‌’ ପ‌ୋଷ୍ଟ୍‌ କରି ୱେଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ କହିଛି, ଏକ ଦୁଃଖଦ ଘଟଣାରେ ଫେବ୍ରୁଆରି ୨୭ ତାରିଖରୁ ଦ୍ବିତୀୟ ସିମ୍ୟାନ୍‌ ସାହିଲ୍‌ ବର୍ମା ସମୁଦ୍ରରେ ଗୋଟାଏ ଭାରତୀୟ ନୌସେନା ଜାହାଜରୁ ନିଖୋଜ ହୋଇଯାଇଛନ୍ତି। ଜାହାଜ ଓ ବିମାନ ସହ ନୌସେନା ବ୍ୟାପକ ତଲାସ ଅଭିଯାନ ଆରମ୍ଭ କରିଛି। ଏବଂ ଏବେ ମଧ୍ୟ ସେ ତଲାସ ଅଭିଯାନ ଜାରି ରହିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ‘ନାଭାଲ୍‌ ବ‌ୋର୍ଡ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦିଆଯାଇଛି।

କିନ୍ତୁ, କେଉଁ ଠିକ୍‌ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ତୁରନ୍ତ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର