ଏଲନ ମସ୍କଙ୍କୁ ପଛରେ ପକାଇ‌ଲେ ଜେଫ୍ ବେଜୋସ୍; ବନିଲେ ବିଶ୍ବର ସବୁଠାରୁ ଧନୀ

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ତାଲିକାରେ ଶୀର୍ଷ ସ୍ଥାନ ହରାଇଛନ୍ତିି ଟେସ୍‌ଲାର ସିଇଓ ଏଲନ ମସ୍କ । ମସ୍କଙ୍କୁ ପଛରେ ପକାଇ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

 

ବୁମବର୍ଗ କୋଟିପତି ତାଲିକାରେ ଏନେଇ ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜେଫ୍ ବେଜୋସଙ୍କ ସମ୍ପତି ୨୦୦ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ସମ୍ପତି ୧୯୮ ବିଲୟନ ଡଲାର ବୋଲି ଜଣାପଡ଼ିଛି । ୨୦୨୧ରେ ଜେଫ୍ ବେଜୋସଙ୍କୁ ପଛରେ ପକାଇ ୧୯୫ ବିଲିୟନ ଡଲାର ସହ ଶୀର୍ଷ ସ୍ଥାନରେ ରହିଥିଲେ ଏଲନ ମସ୍କ । ପରେ ଟେସଲା ସିଇଓ ଏଲନ ମସ୍କଙ୍କର ୩୧ ବିଲିୟନ ଡଲାର କ୍ଷତି ହୋଇଥିଲା। ମସ୍କଙ୍କର କ୍ଷତିି ହୋଇଥିବା ବେଳେ ଜେଫ୍ ବେଜୋସଙ୍କ ୨୩ ବିଲିୟନ ଡଲାର ଲାଭ ହୋଇଛି । ଯେଉଁଥିପାଇଁ ୯ ମାସ ପରେ ସବୁଠୁ ଧନୀ ତାଲିକା ଶୀର୍ଷରୁ ତଳକୁ ଆସିଛନ୍ତି ମସ୍କ।

ସମ୍ବନ୍ଧିତ ଖବର