ନିଦ ଲାଗିବାରୁ ଲ୍ୟାପଟପ୍‌କୁ ଚାର୍ଜରେ ବସାଇ ଶୋଇପଡ଼ିଲେ, ରାତିରେ ବିସ୍ଫୋରଣ ହୋଇ ଶରୀରର ୫୦ ପ୍ରତିଶତ ଜଳିଗଲା

ମୁମ୍ବାଇ; ଲ୍ୟାପ୍‌ଟପ୍‌ ଓ ମୋବାଇଲ ବିସ୍ଫୋରଣ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। ରାଞ୍ଚିରେ ବସବାସ କରୁଥିବା ନିଶାନ୍ତ କୋଡିୟା ଗତବର୍ଷ ଏଭଳି ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ତାଙ୍କ ଲ୍ୟାପ୍‌ଟପ୍‌କୁ ଚାର୍ଜରେ ବସାଇ ଥିବା ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ଚେହେରା ଗମ୍ଭୀର ଭାବେ ଗୁରୁତର ହୋଇଥିଲା। ଯାହାଫଳରେ ତାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲରେ ପାଞ୍ଚ ମାସ ଚିକିତ୍ସା ପାଇଁ ଭର୍ତ୍ତି ହେବାକୁ ପଡ଼ିଥିଲା। ଏଥିସହିତ ତାଙ୍କର ୨୫ଟି ସର୍ଜରି କରା ଯାଇଥିଲା। ଗତବର୍ଷ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ନିଶାନ୍ତକୁ ଡାକ୍ତର ଛୁଟି ଦେଇ ଦେଇଛନ୍ତି ଓ ସେ ତାଙ୍କ ରାଞ୍ଚିସ୍ଥିତ ଘରକୁ ଫେରି ଯାଇଛନ୍ତି। ନିଶାନ୍ତ ଜଣେ ସିମେଣ୍ଟ ବ୍ୟବସାୟୀ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି।

‘ଟାଇମ୍‌ ଅଫ୍‌ ଇଣ୍ଡିଆ’ ଖବର ମୁତାବକ, ୨୦୧୭ ଡିସେମ୍ବର ୯ ତାରିଖରେ ନିଶାନ୍ତ ରାତିରେ ନିଜ ଲ୍ୟାପ୍‌ଟପ୍‌ରେ କାମ କରୁଥିଲେ। ନିଦ ଆସିଯିବା ହେତୁ ଲ୍ୟାପଟପ୍‌କୁ ଚାର୍ଜରେ ବସାଇ ଦେଇ ଶୋଇ ପଡ଼ିଥିଲେ।  ନିଶାନ୍ତ ପତ୍ନୀ ରାତି ଅଧରେ ବିସ୍ଫୋରଣ ଶବ୍ଦ ଶୁଣି ଉଠି ପଡ଼ିଥିଲେ। କଠୋରୀ ଧୁଆଁରେ ଭରି ଯାଇଥିଲା। ଏଥିରେ ନିଶାନ୍ତ ଗୁରୁତର ଆହତ ହୋଇପଡ଼ିଥିଲେ। ଏହି ବିସ୍ଫୋରଣରେ ତାଙ୍କ ଶରୀର ୫୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ପ୍ରଥମେ ରାଞ୍ଚିରେ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା।

ଡାକ୍ତର କହିଥିଲେ କି, ନିଶାନ୍ତ ଶରୀରରେ ଏଭଳି ଗମ୍ଭୀର ଆଘତ ଲାଗିଥିଲା କି ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ ଆଇସିୟୁରେ ରଖିବାକୁ ପଡ଼ିଥିଲା। ଶ୍ୱାସନଳୀ, କାନ, ନାକ, ଚେହେରା ଜଳିଯିବା ହେତୁ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା।

ହସ୍‌ପିଟାଲରୁ ଛୁଟି ହୋଇ ଆସିବା ପରେ, ଏହା ଭଗବାନଙ୍କ କୃପା ଓ ମୋର ସୌଭାଗ୍ୟ କି ଘର ଭିତରେ ଏତେ ବଡ଼ ବିସ୍ଫୋରଣ ହୋଇଥିଲେ ବି ମୁଁ ବର୍ତ୍ତି ଯାଇଛି। ପୁଣିଥରେ ମୋର ପିଲା ଓ ପତ୍ନୀଙ୍କ ପାଖକୁ ଫେରି ଆସିଛି। ସେଦିନର ଦୁଃଖଦ ଘଟଣାକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।

 

ସମ୍ବନ୍ଧିତ ଖବର