ଗିରଫ ପରେ ବିଜୟ ମାଲ୍ୟାଙ୍କୁ ମିଳିଲା ଜାମିନ

ଇଂଲଣ୍ଡ: ୯୦୦୦ କୋଟି ଟଙ୍କା ନେଇ ଭାରତରୁ ଫେରାର ଥିବା ମଦ ସମ୍ରାଟ ବିଜୟ ମାଲ୍ୟା ମଙ୍ଗଳବାର ମନି ଲଣ୍ଡରିଂ ମାମଲାରେ ଇଂଲଣ୍ଡରୁ ଗିରଫ ହେବାର କିଛି ସମୟ ପରେ ଜାମିନ ମିଳିଛି। ଭାରତର ବିଭିନ୍ନ ବ୍ୟାଙ୍କରେ ମାଲ୍ୟାଙ୍କ ନାମରେ ୯୦୦୦ କୋଟି ଟଙ୍କାରୁ ଅଧିକ ବକେୟା ରହିଛି। ୨୦୧୬ରୁ ଫେରାର ଥିବା ମାଲ୍ୟା ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା। ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ରିଟେନରେ ବାରମ୍ବାର ନିବେଦନ କରାଯାଇଥିଲା। ପରେ ଲଣ୍ଡନ ପ୍ରଶାସନ ମାଲ୍ୟାକୁ ରେଡ କର୍ଣ୍ଣର ନୋଟିସ ବଳରେ ପ୍ରଥମ ଥର ପାଇଁ ଗତ ଏପ୍ରିଲ ୧୮ରେ ଗିରଫ କରିଥିଲା। କିନ୍ତୁ ସେହି ସମୟରେ ମାଲ୍ୟାଙ୍କୁ ୩ଘଣ୍ଟା ମଧ୍ୟରେ ଜାମିନ ମିଳି ଯାଇଥିଲା। ମାଲ୍ୟାଙ୍କ ନାମରେ ୧୭ଟି ଭାରତୀୟ ବ୍ୟାଙ୍କରେ ୯,୪୩୨କୋଟି ଟଙ୍କା ବକେୟା ଅଛି।

  • ୨୦୧୬ ମାର୍ଚ୍ଚ ୨ରୁ ମାଲ୍ୟା ଲଣ୍ଡନରେ ରହି ଆସୁଛି। ଇଡି ଓ ସିବିଆଇ ମାଲ୍ୟାକୁ ଖୋଜୁଥିଲେ। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଏକ୍ଟ ସହିତ ମାମଲାରେ ମୁମ୍ବାଇର ସ୍ୱେଶାଲ କୋର୍ଟ ମାଲ୍ୟାକୁ ପଳାତକ ଘୋଷଣା କରିଥିଲା। ମାଲ୍ୟାଙ୍କ ପାସପୋର୍ଟ ମଧ୍ୟ ବାତିଲ କରି ଦିଆଯାଇଥିଲା। ଗତ ଫେବ୍ରୁଆରିରେ ଭାରତ ପକ୍ଷରୁ ଲଣ୍ଡନ ପ୍ରଶାସନକୁ ନିବେଦନ କରାଯାଇଥିଲା।
  • ଏହା ପରେ ମାର୍ଚ୍ଚରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ଲଣ୍ଡନରେ ଅରୁଣ ଜେଟଲୀଙ୍କୁ ପ୍ରୋଟୋକଲ ଭଙ୍ଗ କରି ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ମାଲ୍ୟକୁ ଭାରତ ଫେରାଇ ଦେବା ପାଇଁ ଆଲୋଚନା ହୋଇଥିଲା। ମାର୍ଚ୍ଚରେ ବ୍ରିଟେନ କହିଥିଲା ଯେ, ଭାରତର ନିବେଦନକୁ ବିଦେଶ ମନ୍ତ୍ରାଳୟ ସହମତି ଦେଇଛି।
  • ବ୍ରିଟିଶ ସରକାର ଆଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାକୁ ଜିଲ୍ଲା ଜଜଙ୍କ ପାଖକୁ ପଠାଇଥିଲେ। ଏହା ପରେ ମାଲ୍ୟା ଏକ୍ସଟ୍ରାଡାଇସନ ଓ୍ଵାରେଣ୍ଟ ଉପରେ ଗତ ଏପ୍ରିଲରେ ଗିରଫ ହୋଇଥିଲା। ଓ୍ଵାରେଣ୍ଟ ଜାରି ହେବା ପରେ ମାଲ୍ୟା ନିଜେ ସେଣ୍ଟ୍ରାଲ ଲଣ୍ଡନ ପୁଲିସ ଷ୍ଟେସନ ପହଞ୍ଚିଥିଲେ।

ମାଲ୍ୟାଙ୍କ ଉପରେ କେତେ ଟଙ୍କା ଋଣ?

  1. ୨୦୧୪ ଜାନୁଆରି ୩୧ରେ କିଙ୍ଗଫିସର ଏୟାରଲାଇନ୍ସ ଉପରେ ବ୍ୟାଙ୍କର ୬,୯୬୩ କୋଟି ଟଙ୍କା ଋଣ ବକେୟା ଥିଲା। ଏହି ଋଣ ଉପରେ ସୁଦ୍ଧ ପରେ ମାଲ୍ୟାଙ୍କ ଉପରେ ୯,୪୩୨କୋଟି ଟଙ୍କା ବୋଝ ଲଦି ହୋଇ ଯାଇଥିଲା।
  2. ସିିବିଆଇ ୧୦୦୦ରୁ ଅଧିକ ପେଜର ଚାର୍ଜସିଟରେ କହିଛି କିଙ୍ଗଫିସର ଏୟାରଲାଇନ୍ସ ଆଇଡିବିଆଇ ତରଫରୁ ମିିଳିଥିବା ୯୦୦ କୋଟି ଟଙ୍କା ଋଣରେ ୨୫୪ କୋଟି ଟଙ୍କା ବ୍ୟକ୍ତିଗତ କାମରେ ବ୍ୟବହାର କରିଛି।
  3. କିଙ୍ଗଫିସର ଏୟାରଲାଇନ୍ସ ୨୦୧୨ ଅକ୍ଟୋବରରେ ବନ୍ଦ ହୋଇଯାଇଛି। ୨୦୧୪ ଡିସେମ୍ବରରେ ଏହାର ଉଡାଡ ମଞ୍ଜୁରୀକୁ ବାତି କରି ଦିଆଯାଇଛି।
    ଡେଟ୍‌ ରିକୋଭରି ଟ୍ରିବ୍ୟୁନାଲ ମାଲ୍ୟା ଓ ମାଲ୍ୟାଙ୍କ କମ୍ପାନି ୟୁବିଏଚ୍‌ଏଲ୍‌ ଫିନ୍‌େଓ୍ଵଷ୍ଟ ଓ ଏୟାରଲାଇନ୍ସରୁ ୧୫.୫ ପ୍ରତିଶତ ବାର୍ଷିକ ସୁଧରେ ଅସୁଲି ଆରମ୍ଭ କରିବାକୁ ଅନୁମତି ଦେଇଥିଲା।

ଜାତୀୟ ଗଣମାଧ୍ୟମକୁ ମାଲ୍ୟାଙ୍କ ପ୍ରତିକ୍ରିୟା

ବ୍ୟାଙ୍କଗୁଡ଼ିକରୁ ନେଇଥିବା ଟଙ୍କା ଫେରାଇବାକୁ ମୁଁ ପ୍ରସ୍ତୁତ। ସମସ୍ତଙ୍କୁ ମୋର ତରଫରୁ ବ୍ୟାଙ୍କଗୁଡ଼ିକୁ ଦିଆଯାଇଥିବା ସେଟେଲମ୍ୟାଣ୍ଟ ଅଫର ସହିତ ସର୍ତ୍ତ ଓ କର୍ଣ୍ଣାଟକ ହାଇକୋର୍ଟର ଆଇନ କାର୍ଯ୍ୟକାରୀ କରିବା ଜରୁରୀ।

-ବିଜୟ ମାଲ୍ୟା

ସମ୍ବନ୍ଧିତ ଖବର