ଦୁଇ ଦିନ ପୂର୍ବରୁ ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ !

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବରୁ ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ। ପେଗାସସ୍, ଚାଷୀ ଆନ୍ଦୋଳନ, ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀ ସଂସଦର ଉଭୟ ସଦନରେ ହୋ ହାଲ୍ଲା କରିବା ପରେ ଶେଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ମୌସୁମୀ ଅଧିବେଶନ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ତାରିଖର ଦୁଇଦିନ ପୂର୍ବରୁ ଲୋକସଭାକୁ ସ୍ଥଗିତ କରାଯାଇଛି । ଅନ୍ୟପଟେ ଓବିସି ସଂରକ୍ଷଣ ବିଲ ପାସ ହେବା ପରେ ରାଜ୍ୟସଭାକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ ବୋଲି ଜଣାପଡିଛି ।

ଗତକାଲି ଉଭୟ ସଦନରେ ଓବିସି ସଂରକ୍ଷଣ ବିଲକୁ ନେଇ ବିରୋଧୀମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜି କରିବା ସହ ବାଚସ୍ପତିଙ୍କ ଉପରକୁ କାଗଜ ଟୁକୁଡା ଫିଙ୍ଗିଥିଲେ, ଯାହାକି ଭାରତୀୟ ସମ୍ବିଧାନକୁ ଅପମାନ ବୋଲି ଶାସକ ଦଳ ଅଭିଯୋଗ କରିଥିଲା ।

Parliament Winter Session 2019 HIGHLIGHTS: Lok Sabha passes Bill for extending SC-ST quota in legislatures | India News,The Indian Express
The Indian Express

ଚଳିତ ଅଧିବେଶନରେ ବହୁ ରୋଚକ ଦୃଶ୍ୟ ଉଭୟ ସଦନରେ ଦେଖିବାକୁ ମିଳିଥିଲା। ପ୍ରଥମେ ଟିଏମସି ସାଂସଦ ଶାନ୍ତୁନ ସେନ ବାଚସ୍ପତ୍ତିଙ୍କୁ ଅଶାଳୀନ ବ୍ୟବହାର କରି ଗୃହରୁ ନିଲମ୍ବିତ ହୋଇଥିଲେ । ଏତିକିରେ କଥା ଶେଷ ହୋଇ ନଥିଲା । ଏହାପରେ ପେଗାସସ୍ ମାମଲାରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରି ୬ ଜଣ ଟିଏମସି ସାଂସଦ ଗୃହରେ ହୋ ହାଲ୍ଲା କରିବାରୁ ସେମାନଙ୍କୁ ବି ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ।

ଅନ୍ୟପଟେ କାଲି ଘଟିଥିବା ଘଟଣାକୁ ନେଇ ଉପ ବାଚସ୍ପତ୍ତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ବିରୋଧୀ ଓ ସରକାର କ’ଣ କରିବେ କ’ଣ ନକରିବେ ସେନେଇ ଗୃହ ସେମାନଙ୍କୁ ବାଧ୍ୟ କରିପାରିବ ନାହିଁ । କିନ୍ତୁ ଏଭଳି ହୋ ହାଲ୍ଲା ଭିତରେ ଗୃହ ଚଳାଇବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର