ନୋଏଡା ସେକ୍ଟର ୧୮ରେ ଥିବା ବିଲ୍ଡିଂରେ ନିଆଁ, ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା

ନୂଆଦିଲ୍ଲୀ: ବୁଧବାର ନୋଏଡା ସେକ୍ଟର ୧୮ରେ ନିଆଁ। ସେଠାରେ ଥିବା ଏକ ବିଲ୍ଡିଂରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାର ଖବର ପାଇବା ପରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ବିଲ୍ଡିଂ ଭିତରେ ଥିବା ୧୫ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ବାହାରକୁ ଅଣାଯାଇଛି। ଏହା ବ୍ୟତୀତ ଆହୁରି ଅନେକ ଲୋକ ବିଲ୍ଡିଂ ଭିତରେ ଫଶି ରହିଥିବା ଜଣାପଡ଼ିଛି।

ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସେକ୍ଟର ୧୮ରେ ଥିବା ମାର୍କେଟରେ ଅବସ୍ଥିତ ଏକ କୋଠାର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ନିଆଁ ଲାଗିଥିଲା। ହଠାତ ନିଆଁ ଲାଗିବାରୁ ପ୍ରାୟ ଲୋକ ଫସି ରହିଥିଲେ। ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ବେଳେ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନିଆଁକୁ ଏବେ ଆୟତ୍ତ କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିଲେ ବି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର