ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ସଂଖ୍ୟାଠାରୁ ସାଢେ ୯ ଗୁଣ ଅଧିକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏବେ ନଭଶ୍ଚୁମ୍ଭୀ ,ଏକଥା କାହାକୁ ଅଛପା ନୁହେଁ। ଏହାର ପୁଣି ଥରେ ପ୍ରମାଣିତ ହୋଇଛି। ମାର୍କେଟିଂ କମ୍ପାନି ସାସ୍‌ ପ୍ଲାଟଫର୍ମ ଏସଇଏମ ରସ୍‌ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଫଲୋଅର୍ସ ମାମଲାରେ ଭାରତୀୟ ରାଜନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ହିଁ ରହିଛନ୍ତି ।

ଫେସବୁକ, ଟୁଇଟର ଓ ଇଂଷ୍ଟାଗ୍ରାମରେ ନରେନ୍ଦ୍ର ମୋଦୀ ଫଲୋଅର୍ସ ସଂଖ୍ୟା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ସଂଖ୍ୟାଠାରୁ ସାଢେ ୯ ଗୁଣ ଅଧିକ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଫେସବୁକ, ଟୁଇଟର ଓ ଇଂଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୧୧୦,୯୧୨,୬୪୮।

ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ସଂଖ୍ୟା ମାତ୍ର ୧ କୋଟି ୨୦ ଲକ୍ଷ । ଖାଲି ସେତିକି ନୁହେଁ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେସବୁକ, ଟୁଇଟର ଓ ଇଂଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର