ଶିବସେନା ସହ ସମ୍ପର୍କ ଯୋଡିବାକୁ ଚାହୁଁନି ଏନସିପି

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ? ମହାରାଷ୍ଟ୍ରରେ ସରକାର ଗଢିବ କିଏ, ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ବିଜେପି-ଶିବସେନା ମଧ୍ୟରେ ଗଣିତ ଛିଣ୍ଡୁନଥିବାବେଳେ ଆଜି ଶିବସେନାର ଆଶାକୁ ଧୂଳିସାତ କରିଦେଇଛି ଏନସିପି | ଏନସିପି ପ୍ରମୁଖ ଶରଦ ପାୱାର ସଫା ସଫା କହିଦେଇଛନ୍ତି ଯେ ତାଙ୍କ ଦଳ ବିରୋଧୀ ଭାବେ ବସିବେ | ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାବତ ଏନସିପି ମୁଖ୍ୟଙ୍କୁ ଭେଟିଥିଲେ |

ଏ ବାବଦରେ ସାମ୍ବାଦିକମାନେ ଶରଦ ପାୱାରଙ୍କୁ ପ୍ରଶ୍ନ କରିବାରେ ଶରଦ ଉତ୍ତର ରଖିଥିଲେ ଯେ ଶିବସେନା ବାବଦରେ କୌଣସି ଆଲୋଚନା ହୋଇନାହିଁ | ଏଠାରେ ସୂଚନା ଥାଉ କି କଂଗ୍ରେସ ମଧ୍ୟ ଶିବସେନାକୁ ସମର୍ଥନ ସପକ୍ଷରେ ନାହିଁ |

ମହାରାଷ୍ଟ୍ରର କଂଗ୍ରେସ ନେତା ଶିବସେନାକୁ ସମର୍ଥନ ଦେବାକୁ ଇଚ୍ଛା କରୁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ ଶିବସେନାକୁ ସମର୍ଥନ କରିବା ସପକ୍ଷରେ ନାହିଁ | କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘରେ ଆଜି ବୈଠକ ବସିଥିବାବେଳେ ଏଥିରେ ରାଜ୍ୟର ନେତାଙ୍କ ସହ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ |

ସମ୍ବନ୍ଧିତ ଖବର