ୟୁପି ଯିବାକୁ ଭିସା ଦରକାର କି? ପ୍ରଶ୍ନକଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ଲକ୍ଷ୍ନୌ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସରକାରୀ ବିମାନକୁ ଉତ୍ତରପ୍ରଦେଶରେ ଅବତରଣ ପାଇଁ ଅନୁମତି ନମିଳିବା ଘଟଣାକୁ କେନ୍ଦ୍ର କରି ଆଜି (ସୋମବାର) ମୁହାଁମୁହିଁ ହୋଇଛନ୍ତି ଛତିଶଗଡ଼ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ। ଯୋଗୀ ଆଦିତ୍ୟନାଥ ସରକାର ଆଜି ଲକ୍ଷ୍ନୀପୁର ଖେରୀ ଅଭିମୁଖେ ଯାଉଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିମାନକୁ ଅବତରଣ କରିବାକୁ ଅନୁମତି ଦେବାକୁ ମନା କରିବା ପରେ ଉତ୍ତରପ୍ରଦେଶରେ ପ୍ରବେଶ କରିବା ପାଇଁ ଭିସା ଆବଶ୍ୟକ କି? ବୋଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ। ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ।

ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ କମିଟି(ଏଆଇସିସି)ର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ବାଘେଲ କହିଛନ୍ତି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ। ଯୋଗୀ ଆଦିତ୍ୟନାଥ ସରକାରଙ୍କର ଏ ପ୍ରକାରର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଲକ୍ଷ୍ମୀପୁରର ଖେରୀରେ ଆନ୍ଦାଳନରତ ଚାଷୀଙ୍କ ଉପରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅମାନବୀୟ। ଏହି ଘଟଣା ପରେ ବର୍ତ୍ତମାନ ଯେତେବେଳେ ରାଜନୈତିକ ଦଳର ନେତାମାନେ ସେଠାକୁ ଯିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅଟକାଯାଉଛି। ଏହା ଭୁଲ ଅଟେ। ସେଠାକୁ ଯିବା ପାଇଁ କୌଣସି ୱାରେଣ୍ଟ ବିନା ପ୍ରିୟଙ୍କା ଗାନ୍ଧୀଙ୍କୁ ହଇରାଣ କରାଯାଉଛି। ଯେତେବେଳେ ଅନ୍ୟ ରାଜ୍ୟରେ କୌଣସି ଦୁର୍ଘଟଣା ଘଟୁଛି ସେଠାକୁ ବିଜେପି ନେତାମାନେ ଯାଉ ନାହାନ୍ତି କି? ତେବେ, ଲକ୍ଷ୍ମୀପୁର ଯିବା ପାଇଁ କଂଗ୍ରେସ ନେତାଙ୍କ ପାଇଁ ଭିସାର ଆବଶ୍ୟକତା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର