ଭାରତର ନୂଆ‌ ମାନଚିତ୍ରକୁ ନେପାଳର ବିରୋଧ

କାଠମାଣ୍ଡୁ: ଭାରତର ନୂତନ ମାନଚିତ୍ରକୁ ନେପାଳ ବିରୋଧ କରିଛି। ନୂଆ ମାନଚିତ୍ରରେ ନେପାଳର କଳାପାଣି ଅଞ୍ଚଳକୁ ଭାରତ ନିଜର ଦର୍ଶାଇବା ଘଟଣାକୁ କଡ଼ା ବିରୋଧ କରିଛି ନେପାଳ। କଳାପାଣି ଅଞ୍ଚଳକୁ ଭାରତର ନୂଆ ମାନଚିତ୍ରରେ ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାରେ ଦର୍ଶାଯାଇଛି, ଯାହାକୁ ନେପାଳ ବିରୋଧ କରିଛି। ତେବେ ଭାରତର ନୂତନ ମାନଚିତ୍ରରେ ନେପାଳ ସୀମାକୁ ନେଇ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ନୂଆ ମାନଚିତ୍ର ଭାରତର ସାର୍ବଭୌମତ୍ବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି। ନେପାଳ-ଭାରତ ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି। ଜମ୍ମୁ-କଶ୍ମୀର ଦୁଇଟି ନୂତନ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଭାରତ ଏକ ନୂଆ ମାନଚିତ୍ର ଜାରି କରିଥିଲା। ଏଥିରେ ସଂପୂର୍ଣ୍ଣ ପିଓକେକୁ ଲଦାଖ୍‌ ଅଂଚଳରେ ରଖାଯାଇଛି।

ସମ୍ବନ୍ଧିତ ଖବର