ଲୁଙ୍ଗି ଓ ଚପଲ ପିନ୍ଧିଲେ କଟିବ ନାହିଁ ଚାଲାଣ, ଗୁଜବଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଲେ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: ଲୁଙ୍ଗି ଓ ଚପଲ ପିନ୍ଧି ଗାଡି ଚଳାଇଲେ ଚାଲାଣ କଟିବ ବୋଲି କାହାଠାରୁ ଶୁଣିଛନ୍ତି କି | ଯଦି ଶୁଣିଛନ୍ତି ଏହା ସମ୍ପୂର୍ଣ୍ଣ ଗୁଜବ | ଏହି ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ | କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଲୁଙ୍ଗି ଓ ଚପଲ ପିନ୍ଧି ଗାଡି ଚଳାଇଲେ କୌଣସି ପ୍ରକାର ଚାଲାଣ କଟାଯିବ ବୋଲି କିଛି ବ୍ୟବସ୍ଥା ନାହିଁ | ଏହି ଖବରଟି ସମ୍ପୂର୍ଣ୍ଣ ଗୁଜବ ବୋଲି ମନ୍ତ୍ରୀ କହିଛନ୍ତି |

ସେହିପରି ମନ୍ତ୍ରୀ କହିଛନ୍ତି ଯେ ଗାଡିର କାଚ ମଇଳା ହେବା ହେଉ କି ଗାଡ଼ିରେ ଚପଲ ପିନ୍ଧି ଚଳାଇଲେ କୌଣସି ପ୍ରକାର ଚାଲାଣ କଟାଯିବାର ଆଇନ ନାହିଁ | ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ କିଛି ଗଣମାଧ୍ୟମ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ |

ଗଡ଼କରୀ କହିଥିଲେ ଯେ କିଛି ଗଣମାଧ୍ୟମ ସଡକ ସୁରକ୍ଷା ଆଇନ୍କୁ ନେଇ ଲୋକଙ୍କୁ ଭ୍ରମିତ କରାଉଛନ୍ତି | ଯେଉଁଥିରୁ ଚାଳକମାନେ ଏଭଳି ମିଛ ଖବରକୁ ନେଇ ହନ୍ତସନ୍ତ ହେଉଛନ୍ତି | ଏଠାରେ ସୂଚନା ଥାଉ କି ନୂଆ ମୋଟର ନିୟମ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବାବେଳେ ଯାତାୟାତ ନିୟମ ଉଲ୍ଲଙ୍ଘନ କଲେ କଡ଼ା ଜୋରିମାନା ସଂଗ୍ରହର ନିୟମ କରାଯାଇଛି |

ସମ୍ବନ୍ଧିତ ଖବର