ସତ ଧରାପଡ଼ିବା ଭୟରେ ଗଣମାଧ୍ୟମକୁ ବାଲାକୋଟ ବାରଣ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱମା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷାଦେବାକୁ ବାଲାକୋଟରେ ଜୈସ୍‌ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ହେଲେ ପାକିସ୍ତାନ ସାରା ବିଶ୍ୱଠାରୁ ସତ ଲୁଚାଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ପଡୋଶୀ ରାଷ୍ଟ୍ରଗୁଡିକୁ ଏହାକୁ ନେଇ ଭ୍ରମିତ କରିବାକୁ ଉଦ୍ୟମ କରୁଛି ପାକ୍‌ । ପାକିସ୍ତାନର ସୁରକ୍ଷା ଅଧିକାରୀ, ଏୟାରଷ୍ଟ୍ରାଇକ୍‌ ହୋଇଥିବା ଅଂଚଳକୁ ଯିବାକୁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବାରଣ କରୁଛି ।

ସୂଚନାଯୋଗ୍ୟ, ରଏଟରର ଏକ ଟିମ୍‌ କ୍ଷତିଗ୍ରସ୍ତ ବାଲାକୋଟ୍‌ ଅଂଚଳକୁ ଯିବାକୁ ଉଦ୍ୟମ କରିଥିବା ବେଳେ ପାକିସ୍ତାନ ଏହାର ଅନୁମତି ଦେଇ ନଥିଲା। ଗତ ୯ଦିନ ମଧ୍ୟରେ ରଏଟର୍ସ ସାମ୍ବାଦିକ ତୃତୀୟ ଥର ପାଇଁ ବାଲାକୋଟରେ ପହଁଞ୍ଚିଥିଲା। ଯେଉଁ କୋଠାଗୁଡିକୁ ଜୈସ୍‌ ମଦ୍ରାସା ଭାବେ ବ୍ୟବହାର କରି ଆତଙ୍କୀ ଟ୍ରେନିଂ ଦେଉଥିଲା , ସେଠାକୁ ପାକିସ୍ତାନ କୌଣସି ମିଡିଆକୁ ଯିବାକୁ ଦେଉନି । ବାଲାକୋଟର କ୍ଷତିଗ୍ରସ୍ତ ଅଂଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ କଡା ପହରା ପାକ୍‌ ସେନା ଦେଉଛନ୍ତି । ଯେପରିକି କେହି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋର ବାସ୍ତବ ତଥ୍ୟା ନ ପାଉ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୨୬ ତାରିଖରେ ଭାରତ ଏୟାରଷ୍ଟ୍ରାଇକ୍‌ କରିବା ପରେ, ଭାରତ ଦାବି କରିଥିଲା ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିଲେ । ତେବେ ପାକ୍‌ ଏହାକୁ ଖଣ୍ଡନ କରିବା ସହ ନିଜ ଇଛା ଅନୁସାରେ ଫଟୋ ଗଣମାଧ୍ୟମକୁ ଦେଇ, କିଛି ବି କ୍ଷତି ହୋଇ ନଥିବା ଜଣାଇବାକୁ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର