ଏସିଆ ମହାଦେଶରେ ରେକର୍ଡ: ଏପ୍ରିଲ୍‌ ମାସରେ ପାକିସ୍ତାନର ନବାବଶାହା ସହରରେ ତାପମାତ୍ରା ୫୦ ଡିଗ୍ରୀ

ନୂଆଦିଲ୍ଲୀ: ଗତ ଏପ୍ରିଲ୍‌ ୩୦ ତାରିଖ ସୋମବାର ଦିନ ପାକିସ୍ତାନ ଅନ୍ତର୍ଗତ ସିନ୍ଧ ପ୍ରଦେଶସ୍ଥିତ ନବାବଶାହା ସହରର ତାପମାତ୍ରା ସର୍ବକାଳୀନ ରେକର୍ଡ ଭାଙ୍ଗିଛି।

ସେଦିନ ନବାବଶାହା ସହରର ତାପମାତ୍ରା ପହଞ୍ଚିଥିଲା ୫୦. ୨ ଡିଗ୍ରୀ ତାପମାତ୍ରାରେ।

କିନ୍ତୁ, ଏହି ବର୍ଦ୍ଧିତ ତାପମାତ୍ରାକୁ ଲୋକଲୋଚନକୁ ଆଣିଥିବା ପ୍ରଥମ କେତେଜଣଙ୍କ ମଧ୍ୟରେ ଅଛନ୍ତି ଫରାସୀ ଅନ୍ତରୀକ୍ଷ ବିଶେଷଜ୍ଞ ଏଟିନି କାପିକିଆନ୍‌। ସେ କହିଛନ୍ତି ଏପ୍ରିଲ୍‌ ମାସରେ ପାକିସ୍ତାନରେ ରେକର୍ଡ କରାଯାଇଥିବା ଉତ୍ତାପ ମଧ୍ୟରେ ସେ ଦିନର ଉତ୍ତାପ ହେଉଛି ସବୁଠୁ ଅଧିକ।

କେବଳ ପାକିସ୍ତାନ ନୁହେଁ ସମଗ୍ର ଏସିଆ ମହାଦେଶରେ ମଧ୍ୟ ଏହା ଏକ ରେକର୍ଡ।

ପାକିସ୍ତାନର ପାଣିପାଗ ବିଭାଗ ମଧ୍ୟ ଏହି ରିପୋର୍ଟକୁ ନିଶ୍ଚିତ କରିଛି। ପାକିସ୍ତାନୀ ନିଉଜ୍‌ ଆଉଟ୍‌ଲେଟ୍‌ ଜିଓ ନିଉଜ୍‌ କହିଛି ଯେ ଏପ୍ରିଲ୍‌ ୩୦ ତାରିଖ ଦିନ ନବାବଶାହା ସହରରେ ତାପମାତ୍ରା ଥିଲା ପାକିସ୍ତାନରେ ରେକର୍ଡ କରାଯାଇଥିବା ତାପମାତ୍ରା ଠାରୁ ସର୍ବାଧିକ।

ମାର୍ଚ ମାସରେ ମଧ୍ୟ ନବାବଶାହା ସହରର ତାପମାତ୍ରା ୪୫. ୫ ଡିଗ୍ରି ସେଲିସିୟସ୍‌ ରେକର୍ଡ କରାଯାଇଥିଲା।

ପାଣିପାଗ ଐତିହାସିକ କ୍ରିଷ୍ଟୋଫର୍‌ ବର୍ଟ ଆର୍ଥର୍‌ଡଟ୍‌କମ୍‌ େଓ୍ଵବ୍‌ସାଇଟ୍‌ରେ କହିଛନ୍ତି: ଏପ୍ରିଲ୍‌ ୨୦୧୧ରେ ମେକ୍‌ସିକୋର ସାନ୍ତା ରୋଜା ଠାରେ ତାପମାତ୍ରା ୫୧ ଡିଗ୍ରି ସେଲିସିୟସ୍‌ ହୋଇଥିବା ରିପୋର୍ଟ ହୋଇଛି। କିନ୍ତୁ, ୫୦. ୨ ଡିଗ୍ରି ସେଲିସିୟସ୍‌ ଉତ୍ତାପ ସନ୍ଦେହଜନକ ମନେ ହେଉଥିଲେ ବି ଏପ୍ରିଲ୍‌ ମାସରେ ଆଧୁନିକ ବିଶ୍ୱରେ ଏହା ନିଶ୍ଚୟ ଏକ ରେକର୍ଡ।

ମାତ୍ରାଧିକ ଉତ୍ତାପ ଯୋଗୁଁ ଲୋକେ ଦିନ ତମାମ ଘର ଭିତରେ ରହିଥିଲେ। ରାସ୍ତାଘାଟ ଓ ବଜାର ଜନଶୂନ୍ୟ ହୋଇ ଯିବାରୁ ବେପାର ବଣିଜ ବନ୍ଦ ହୋଇ ଯାଇଥିଲା। ଶ୍ରମିକ ଏବଂ ମୋଟରସାଇକେଲ୍‌ ଆରୋହୀମାନେ ସବୁଠୁ ଅଧିକ ଅଂଶୁଘାତର ଶିକାର ହୋଇଥିଲେ।

ଏହା ବିଶ୍ୱତାପାୟନର ଲକ୍ଷଣ ବୋଲି ଅଧିକାଂଶ ବିଜ୍ଞାନୀ ମତ ଦେଉଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ଜଳବାୟୁ ପୋର୍ଟା କ୍ଲାଇମେଟ୍‌ଡଟ୍‌ଗଭ୍‌ କହେ: ଝାଞ୍ଜି ଅଧିକ ଉତପ୍ତ, ଦୀର୍ଘ ଏବଂ ବାରମ୍ବାର ଆସୁଥିବା ହେତୁ ମାନବକୃତ ବିଶ୍ୱତାପାୟନ ଏହି ବିପଦ୍‌କୁ ଆହୁରି ବଢ଼ାଇଦେବ।

ସମ୍ବନ୍ଧିତ ଖବର