ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍

ମୁମ୍ବାଇ: ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍‌ଏଚ୍) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍ ୮ ୱିକେଟ ହରାଇ ୧୭୩ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍ ରହିଛି।

ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଟ୍ରାଭିସ୍ ହେଡ୍ ୪୮ ରନ୍ କରିଥିବାବେଳେ ଅଭି‌ଷେକ ଶର୍ମା ୧୧ ରନ୍ କରିଥିାଲ। ସେହିପରି ନୀତୀଶ ରେଡ୍ଡୀ ୨୦ ରନ୍, ହେନରିଚ୍ କ୍ଲେସିନ୍ ୨ ରନ୍ , ମାର୍କୋ ଜେନଶନ୍ ୧୭ ରନ୍ , ଶାହାବାଜ ଅହମ୍ମଦ ୧୦ ରନ୍, ପ୍ୟାଟ୍ କୁମିନ୍ସ ୩୫ ରନ୍ କରିଥିଲେ।

 

 

ସମ୍ବନ୍ଧିତ ଖବର