ଲକଡାଉନକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତୁ, ନିଜକୁ ଓ ପରିବାକୁ ସୁରକ୍ଷିତ ରଖନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନିଜକୁ ଓ ପରିବାରକୁ ସୁରକ୍ଷିତ ରଖିବାକୁ ଲକଡାଉନକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି ।

ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ସମ୍ପ୍ରତି ଲକଡାଉନକୁ ଅନେକ ଗମ୍ଭୀରତାର ଭାବେ ଗ୍ରହଣ କରୁନାହାନ୍ତି । ଦୟାକରି ନିଜେ ନିଜକୁ ବଞ୍ଚାନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ, ନିର୍ଦେଶକୁ ଗମ୍ଭୀରତାର ସହ ପାଳନ କରନ୍ତୁ । ରାଜ୍ୟ ସରକାରମାନଙ୍କୁ ମୋର ଅନୁରୋଧ ସେମାନେ ନିୟମକାନୁନ ପାଳନ କରାନ୍ତୁ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଗତକାଲି ସମଗ୍ର ଦେଶରେ “ଜନତା କର୍ଫ୍ୟୁ’ ପାଳନ କରାଯାଇଥିଲା । ଏହାଛଡ଼ା ସଂକ୍ରମଣ ପ୍ରତିହତ କରିବାକୁ ଦେଶର ଅନେକ ରାଜ୍ୟ ମାର୍ଚ ୩୧ ତାରିଖ ଯାଏଁ ଲକଡାଉନ୍ ଆରମ୍ଭ କରିଛନ୍ତି । ଦେଶର ୮୨ଟି ଜିଲ୍ଲାରେ ମଧ୍ୟ ଲକଡାଉନ ଜାରି କରାଯାଇଛି ।

ସଦ୍ୟତମ ସୂଚନା ଅନୁସାରେ, ଲକଡାଉନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଲକଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି।

Image Source: The Times of India

ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ କରିଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ପଞ୍ଜାବ, ନାଗାଲାଣ୍ଡ୍, ଉତ୍ତରାଖଣ୍ଡ, ଦିଲ୍ଲୀ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନ । ଛତିଶଗଡ଼ରେ କେବଳ ନଗରାଞ୍ଚଳ, ଉତ୍ତରପ୍ରଦେଶର ୧୬ଟି ଜିଲ୍ଲା, ଗୋଆରେ ଆଂଶିକ ଏବଂ ଓଡ଼ିଶାରେ ୫ଟି ଜିଲ୍ଲା ୧୦ଟି ସହରରେ ଲକଡାଉନ୍ କରାଯାଇଛି ।

ଲକଡାଉନ୍ ହୋଇଥିବା ଏହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଉଥିବା ପ୍ରତିଷ୍ଠାନକୁ ବାଦ ଦେଲେ ବାକି ସମସ୍ତ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର