ରୋଜଗାର ମେଳାରେ ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ
ନୂଆଦିଲ୍ଳୀ: ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ବଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ମୋଦୀ ଆହୁରି ବି କହିଛନ୍ତି ଯେ ଯୁବପିଢ଼ିଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବାର ଏହି ଅଭିଯାନ ଜାରି ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୁବପିଢ଼ିଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ‘ଗତ ୧ ମାସରୁ ଏହି ପ୍ରକାରର ଅଭିଯାନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ଶାସିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଚାଲୁ ହେବ।
‘ଡବଲ୍ ଇଞ୍ଜିନ୍ ସରକାରର ଏହି ସୁବିଧା। ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବାର ଏହି ପର୍ବ ଜାରି ରହିବ। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଡବଲ୍ ଇଞ୍ଜିନ୍ ଏବେ ବିଜେପିର ନିର୍ବାଚନ ପ୍ରଚାର ଅଭିଯାନର ଏକ ମୂଳ ପ୍ରସଂଗ। ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ଏହି ପ୍ରସଂଗକୁ ଖୁବ୍ ଜୋର୍ରେ ଉଠାଇଛି।
ଜାଣିବାକୁ ମିଳିଛି ଯେ ମୋଦୀ ସମୁଦାୟ ୭୧, ୦୫୬ ଜଣଙ୍କୁ ନିଯୁକ୍ତି ପତ୍ର ସମର୍ପିଛନ୍ତି। ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚ୍ଚରଣ ବିଧି ଲାଗୁ ହୋଇଥିବାରୁ ଏହି ୨ ସ୍ଥାନକୁ ଛାଡ଼ି ନିଯୁକ୍ତ ପ୍ରକ୍ରିୟା ଏବେ ଦେଶର ୪୫ ସ୍ଥାନରେ ଲାଗୁ ହୋଇଛି।