ଶେ‌ଷ ଟ୍ବିଟ୍‌ କଥା ମନେ ପକାଇଦେଲେ ପ୍ରଶାନ୍ତ କିଶୋର, ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ସଂଖ୍ୟା ଟପିପାରିବନି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଟିଏମ୍‌ସି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର‌ ଦେଖିବାକୁ ମିଳିଛି। ତେବେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ଦିନକ ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତାଙ୍କର ଶେଷ ଟ୍ବିଟ୍‌ ବିଷୟରେ ମନେ ପକାଇ ଦେଇଛନ୍ତି। ଗତ ଡିସେମ୍ବର ୨୧ ତାରିଖ‌ରେ ପ୍ରଶାନ୍ତ କିଶୋର ଏକ ଟ୍ବିଟ୍‌ କରି କହିଥିଲେ, ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ସଂଖ୍ୟା ଟପିପାରିବନି। ଆଜି ପ୍ରଶାନ୍ତ ଏନେଇ ଏକ ଟ୍ବିଟ୍‌ କରି କହିଛନ୍ତି, ଭାରତରେ ଗଣତନ୍ତ୍ର ପାଇଁ ଏକ ପ୍ରମୁଖ ଲଢ଼େଇ ପଶ୍ଚିମବଙ୍ଗରେ ହେବାକୁ ଯାଉଛି। ପଶ୍ଚିମବଙ୍ଗର ଲୋକମାନେ ସେମାନଙ୍କ ବାର୍ତ୍ତା ସହ ପ୍ରସ୍ତୁତ ରହିଛନ୍ତି ଏବଂ ସେମାନେ ସଠିକ୍‌ ସମୟରେ ସଠିକ୍‌ ଉତ୍ତର ଦେବେ। ମେ’ ୨ରେ ମୋର ଶେଷ ଟ୍ବିଟ୍‌କୁ ମନେ ରଖନ୍ତୁ ବୋଲି ପ୍ରଶାନ୍ତ କିଶୋର ଟ୍ବିଟ୍‌ ଦ୍ବାରା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କିଶୋର ଏବଂ ତାଙ୍କ ଟିମ୍‌ ଆଇ-ପ୍ୟାକ୍‌ ପଶ୍ଚିମବଙ୍ଗରେ ଟିଏମ୍‌ସି ପାଇଁ ପ୍ରାର୍ଥୀ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବା‌ହ କରିବେ। ପ୍ରଶାନ୍ତଙ୍କ ଆଜିର ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧିତ ଖବର