ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟର୍‌ରେ ସର୍ବାଧିକ ଲୋକପ୍ରିୟ ନେତା, ଅନୁଗାମୀ ସଂଖ୍ୟା ୭କୋଟି ଟପିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ସୋସିଆଲ ମିଡ଼ିଆ ପ୍ଲାଟ୍‌ଫର୍ମ ଟ୍ବିଟର୍‌ରେ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର୍‌ ଅନୁଗାମୀ ସଂଖ୍ୟା ଇତିମଧ୍ୟରେ ୭କୋଟି ଅତିକ୍ରମ କରିଛି। ମୋଦୀଙ୍କ ପୂର୍ବରୁ ଏହି ରେକର୍ଡ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନାମରେ ଥିଲା। ରାଷ୍ଟ୍ରପତି ଥିବା ବେଳେ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଅନୁଗାମୀ ସଂଖ୍ୟା ୮ କୋଟି ୮୭ ଲକ୍ଷରେ ପହଞ୍ଚିଥିଲା। ସେତେବେଳେ ମୋଦୀଙ୍କ ଅନୁଗାମୀ ସଂଖ୍ୟା ୬ କୋଟି ୪୭ ଲକ୍ଷ ଥିଲା।

ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ିହେବା ଠାରୁ ଆରମ୍ଭ କରି ରାଜନୈତିକ ଓ ସାମାଜିକ ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟର୍‌ ପ୍ଲାଟଫର୍ମର ବହୁଳ ବ୍ୟବହାର କରୁଛନ୍ତି। ଟ୍ୱିଟର୍‌ ସମେତ ୟୁଟୁବ, ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ଆଦି ସୋସିଆଲ ସାଇଟରେ ମଧ୍ୟ ତାଙ୍କୁ ବହୁତ ସକ୍ରିୟ ଦେଖିବାକୁ ମିଳିଥାଏ। ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ୨୦୦୯ ମସିହାରୁ ଟ୍ୱିଟର ବ୍ୟବହାର କରୁଛନ୍ତି। ୨୦୧୦ରେ ତାଙ୍କର ଅନୁଗାମୀ ସଂଖ୍ୟା ୧ଲକ୍ଷ ଥିବା ବେଳେ ୨୦୧୧ ଶେଷ ବେଳକୁ ଏହା ୪ ଲକ୍ଷରେ ପହଞ୍ଚିଥିଲା, ଯାହା ଏବେ ୭କୋଟି ଅତିକ୍ରମ କରିଛି।

ସମ୍ବନ୍ଧିତ ଖବର