ବିରୋଧୀ ଦଳ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଚା’ ପାନ, କୌତୁକ, ହାତ ଧରାଧରି

ନୂଆଦିଲ୍ଲୀ: ଭାରତକୁ ଜି୨୦ ଅଧ୍ୟକ୍ଷତାର ସୁଯୋଗ ମିଳିଥିବାରୁ ଭାରତରେ କିପରି ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା କରାଯିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ବିରୋଧୀ ଦଳର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଚା’ପାନ, ହାତଧରାଧରି, ମୁରୁକିହସ, ହାସପରିହାସ ଆଦି ଦେଖିବାକୁ ମିଳିଥିଲା। ବୈଠକରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଜି୨୦ର ଅଧ୍ୟକ୍ଷତା ଏକ ବଡ଼ ସୁଯୋଗ ଯେଉଁଥିରେ ଦେଶର ଶକ୍ତି-ସାମର୍ଥ୍ୟ ସାରା ବିଶ୍ବ ଆଗରେ ପ୍ରଦର୍ଶନ କରିହେବ। ଜି୨୦ ହେଉଛି ୨୦ଟି ପ୍ରମୁଖ ଅର୍ଥନୀତିର ସମୂହ।

ବର୍ତ୍ତମାନ ଭାରତ ଏହି ସମୂହର ଅଧ୍ୟକ୍ଷତା ପ୍ରାପ୍ତ ହେବା ପରେ ସାରା ବିଶ୍ବର ନଜର ଭାରତ ଉପରେ ରହିଛି। ଏହି ସମୟରେ ଟିମ୍‌ୱାର୍କ (ଦଳବଦ୍ଧ କାର୍ଯ୍ୟ)ର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ଜି୨୦ କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ସବୁ ଦଳର ସମସ୍ତ ନେତାଙ୍କ ସହଯୋଗ କାମନା କରିଥିଲେ।

ସମ୍ବନ୍ଧିତ ଖବର