କ୍ରେମ୍‌ଲିନ୍‌ ସମାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ଲାଗି ପୁଟିନ୍‌ ଦାୟୀ: ଜୋ ବାଇଡେନ୍‌

ୱାସିଂଟନ୍‌: ନାଭାଲ୍‌ନିଙ୍କ ମୃତ୍ୟୁ ପାଇଁ ପୁଟିନ୍‌ ଦାୟୀ ବୋଲି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ‌ଜୋ ବାଇଡେନ୍‌ କହିଛନ୍ତି।

ହ୍ବାଇଟ୍‌ ହାଉସ୍‌ରେ ରୁଷର୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ବିଷୟରେ କହିବା ବେଳେ ସେ କହିଛନ୍ତି, ପୁଟିନ୍‌ ସରକାର କରୁଥିବା ଦୁର୍ନୀତି, ହିଂସା ଓ ସମସ୍ତ କୁକର୍ମ ସବୁକୁ ନାଭାଲ୍‌ନି ସାହସର ସହିତ ବିରୋଧ କରୁଥିଲେ। ନାଭାଲ୍‌ନିଙ୍କ ମୃତ୍ୟୁ ପାଇଁ ପୁଟିନ୍‌ ଦାୟୀ।

ରୁଷ୍‌ର ବିରୋଧୀ ନେତା ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ଘଟଣାରେ ଆଚମ୍ବିତ ନ ହେଲେ ବି କ୍ରୋଧାନ୍ବିତ ହୋଇଥିବା କଥା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନାଭାଲ୍‌ନିଙ୍କର ଯାହା ହେଲା ତାହା ହେଉଛି ପୁଟିନ୍‌ଙ୍କ ବର୍ବରତାର ଆଉ ଏକ ପ୍ରମାଣ। ରୁଷ୍‌ ହେଉ କି ଦୁନିଆର ଅନ୍ୟ କେଉଁଠି ହେଉ ଏକଥା କେହି ଅବିଶ୍ବାସ କରିବେ ନାହିଁ। ଖାଲି ଅନ୍ୟ ରାଷ୍ଟ୍ରର ନାଗରିକମାନଙ୍କୁ ନୁହେଁ, ନିଜ ଦେଶବାସୀଙ୍କୁ ବି ପୁଟିନ୍‌ ଟାର୍ଗେଟ୍‌ କରୁଛନ୍ତି।

Image Courtesy of CBC News

ନାଭାଲିନ୍‌ ନିରାପଦରେ ନିର୍ବାସନରେ ରହିପାରି ଥାଆନ୍ତେ। କିନ୍ତୁ, ରୁଷ୍‌କୁ ଫେରିଲେ ସେ ଜେଲ୍‌ ଯାଇପାରନ୍ତି। ତାଙ୍କୁ ମଧ୍ୟ ହତ୍ୟା କରାଯାଇପାରେ ବୋଲି ସେ ଜାଣିଥିଲେ।

ଆର୍ଟିକ୍‌ ସର୍କଲ୍‌ର ଉତ୍ତର ପ୍ରାନ୍ତରେ ଥିବା ରୁଷୀ ପେନାଲ୍‌ କଲୋନିରେ ଘଟିଥିବା ନାଭାଲ୍‌ନିଙ୍କ ମୃତ୍ୟୁ ସମ୍ବନ୍ଧରେ ହ୍ବାଇଟ୍‌ ହାଉସ୍‌ ଅଧିକ ସୂଚନା ଖୋଜୁଛି। ପ୍ରାୟ ଦୁଇ ମାସ ପୂର୍ବେ ନାଭାଲ୍‌ନିଙ୍କୁ ସେଠାକୁ ପଠାଯାଇଥିଲା। ଜେଲ୍‌ରେ ଥାଇ ସୁଦ୍ଧା ସତ୍ୟ ସପକ୍ଷରେ ସ୍ବର ଉତ୍ତୋଳନ କରିଥିବାରୁ ମୁଁ ତାଙ୍କୁ ପ୍ରଶଂସା କରୁଛି।

ସୂଚନାଯୋଗ୍ୟ, ଫେବ୍ରୁଆରି ୧୬ ତାରିଖ ଦିନ ଜେଲ୍‌ରେ ପୁଟିନ୍‌ଙ୍କ ସମାଲୋଚକ ଆଲେକ୍ସି ନାଭାଲ୍‌ନି ଅଚେତ ହୋଇ ମରିଯାଇଥିଲେ।

ସମ୍ବନ୍ଧିତ ଖବର