ରାଜନୀତିରେ ରାମଗୋପାଳଙ୍କ ଏଣ୍ଟ୍ରି: ତାଙ୍କର ସମ୍ପତ୍ତି କେତେ ଜାଣନ୍ତି କି?

ନୂଆଦିଲ୍ଲୀ:ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ରାଜନୀତିରେ ପ୍ରବେଶ ପାଇଁ ରାସ୍ତା ସଫା ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶର ପିଠାପୁରମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ‘ହଠାତ୍ ନିଷ୍ପତ୍ତି ନିଆଯାଇଛି, ମୁଁ ଏହି ସୂଚନା ଦେଇ ଖୁସି ଯେ ମୁଁ ପିଠାପୁରମରୁ ନିର୍ବାଚନ ଲଢୁଛି।

ରାମ ଗୋପାଳ ବର୍ମା ଅନେକ ସଫଳ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିମଧ୍ୟରେ ‘ଶିବା’, ‘ରଙ୍ଗିଲା’, ‘ସତ୍ୟା’ ଏବଂ ‘କମ୍ପାନୀ’ ଅନ୍ତର୍ଭୁକ୍ତ। ଏହି ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲେ । ସେ ଏଥିରୁ ବହୁତ ଲାଭ ପାଇଲେ । ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ରାମ ଗୋପାଳ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଜଣାଶୁଣା।

ରାଜନୀତିରେ ପ୍ରବେଶ କରିଥିବା ରାମ ଗୋପାଳଙ୍କର ସମ୍ପତ୍ତି କେତେ ରହିଛି ? ସେ କେଉଁ ପ୍ରକାର ଜୀବନଶୈଳୀ ବଞ୍ଚିବାକୁ ପସନ୍ଦ କରନ୍ତି ତାହା ବେଶ୍ ରୋଚକ। ଅନେକ ଉତ୍ସରୁ ରାମ ଗୋପାଳଙ୍କ ଆୟ ହୋଇଥାଏ। ତାଙ୍କର ଏକ ପ୍ରଡକସନ କମ୍ପାନୀ ରହିଛି। ତାହାର ନାମ ହେଉଛି ‘ଆରଜିଭି ୱାର୍ଲ୍ଡ। ସେ ଚଳଚ୍ଚିତ୍ର, ଟେଲିଭିଜନ ଶୋ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଉଦ୍ୟୋଗରୁ ମଧ୍ୟ ରୋଜଗାର କରନ୍ତି ।

ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମଧ୍ୟ ତାଙ୍କ ଆୟର ଏକ ପ୍ରମୁଖ ଉତ୍ସ୧ ତାଙ୍କର ନିଟ୍ ମୂଲ୍ୟର କୌଣସି ଠୋସ୍ ପ୍ରମାଣ ନାହିଁ । କିନ୍ତୁ, ବିଭିନ୍ନ ଆକଳନ ଅନୁଯାୟୀ, ଏହା ୫୦ ଲକ୍ଷରୁ ଅଢ଼େଇ କୋଟି ଡଲାର ମଧ୍ୟରେ (ପ୍ରାୟ ୪୨ କୋଟିରୁ ୧୮୭ କୋଟି ଟଙ୍କା) ହେବ ବୋଲି ଆକଳନ କରାଯାଉଛି। ସେ ଏକ ସରଳ ଜୀବନଯାପନ କରନ୍ତି। ଦାମୀ କାର କିମ୍ବା ଘରର ସୌକ ତାଙ୍କର ନାହିଁ। ତାଙ୍କର ଧ୍ୟାନ ତାଙ୍କ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ ଉପରେ ରହିଥାଏ ।

ସମ୍ବନ୍ଧିତ ଖବର