ଆରସିବି ହେଲା ମାଲାମାଲ୍, ପରାଜିତ ହୋଇ ବି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡବ୍ଲ୍ୟୁପିଏଲ-୨୦୨୪ର ଫାଇନାଲରେ ଆରସିବି ଚମ୍ପିୟନ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟଲ୍ସକୁ ଦଳ ୮ ୱିକେଟରେ ପରାଜିତ କରିଛି।
ଚମ୍ପିୟନ ଟିମ୍ ଆରସିବି ବିଜୟୀ ହେବା ପରେ ମାଲାମାଲ୍ ହୋଇଛି। ଅପରପକ୍ଷରେ ପରାଜିତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ମଧ୍ୟ କୋଟି କୋଟି ଟଙ୍କା ବର୍ଷା ହୋଇଛି। ଆରସିବି ବିଜୟୀ ହେବା ପରେ ୬ କୋଟି ଟଙ୍କାର ପ୍ରାଇଜ୍ ମନି ପାଇଛି। ସେହିପରି ପରାଜିତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ କୁ ୩ କୋଟି ଟଙ୍କା ମିଳିଛି। ଗତ ସିଜିନରେ ମଧ୍ୟ ପ୍ରାଇଜ୍ ମନି ସମାନ ଥିଲା।

ଅରେଞ୍ଜ କ୍ୟାପ୍ ୱିନର ଆରସିବିର ଏଲିସା ପେରିଙ୍କୁ ୫ ଲକ୍ଷ ଟଙ୍କା ପ୍ରାଇଜ୍ ମନି ମିଳିଛି। ଆରସିବି ବିଜୟ ପାଇଁ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

ପର୍ପଲ କ୍ୟାପ୍ ୱିନର ଆରସିବିର ‌ଶ୍ରେୟଙ୍କା ପାଟିଲଙ୍କୁ ଗୋଟିଏ ଆଇପିଏଲ ସିଜିନରେ ୧୩ ୱିକେଟ ନେଇଥିବାରୁ ୫ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ମିଳିଛି।
ମୋଷ୍ଟ ଭାଲ୍ୟୁଏବୁଲ୍ ପ୍ଲେୟାର ଭାବେ ୟୁପି ୱାରିୟର୍ସର ଦିପ୍ତୀ ଶର୍ମାଙ୍କୁ ୫ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ପ୍ରଦାନ କରାଯାଇଛି।

ଇମର୍ଜିଂ ପ୍ଲେୟାର ଅଫ୍ ଦି ସିଜିନ୍ ଭାବେ ଜର୍ଜିଆ ୱାରହେମଙ୍କୁ ୫ ଲକ୍ଷ ଟଙ୍କା, ଅଧିକ ଛକା ମାରିଥିବା ଶେଫାଳି ବର୍ମାଙ୍କୁ ୫ ଲକ୍ଷ ଟଙ୍କା, ପ୍ଲେୟାର ଅଫ ଦି ଫାଇନାଲ ଭାବେ ସୋଫିଆ ମୋଲିନେକ୍ସଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଏବଂ ପାୱାର ଷ୍ଟ୍ରାଇକର ଅଫ୍ ଦି ଫାଇନାଲ ଭାବେ ଶେଫାଳି ବର୍ମାଙ୍କୁ ! ୧ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ମିଳିଛି।

ସମ୍ବନ୍ଧିତ ଖବର