ମାଲକାନଗିରି ଏମଭି ୨୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କାଲିମେଳା : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିଶାଖାପାଟଣା ଯାଉଥିବା ବସ ଓ ଲୁହା ବୋଝେଇ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଘଟଣାସ୍ଥଳରେ ବିଶାଖାପାଟଣା ବସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ପିକଅପ ଡ୍ରାଇଭର ଗୁରୁତର ହୋଇ କାଲିମେଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି |

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଏମଭି ୭୯ରୁ ଯାତ୍ରୀ ନେଇ ଏକ ବସ ବିଶାଖାପାଟଣା ଯାଉଥିବାବେଳେ ମାଲକାନଗିରିରୁ ଏକ ପିକଅପ ଭ୍ୟାନ ଲୁହା ପାଇପ ବୋଝେଇ କରି କାଲିମେଳା ଆସୁଥିବାବେଳେ ମାଲକାନଗିରି ମୋଟୁ ଜାତୀୟ ରାଜପଥର ଏମଭି ୨୩ ପେଟ୍ରୋଲ ପମ୍ପ ନିକଟରେ ବସ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା |

ପିକଅପ ଭ୍ୟାନରେ ଲୋଡ଼ ହୋଇଥିବା ଲୁହା ପାଇପ ବସ ଡ୍ରାଇଭରର ବେକ ରେ ପଶି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାର ଜଣାପଡିଛି | ସେହିପରି ପିକଅପ ଭ୍ୟାନ ଡ୍ରାଇଭର ଅବସ୍ଥା ଗୁରୁତର ଥିବାରୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିବାର ଜଣା ପଡିଛି | ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ସୂଚନା ମିଳିଛି |

ସମ୍ବନ୍ଧିତ ଖବର