ସମଲିଙ୍ଗୀ ବିବାହ ମାମଲା: ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରିଭ୍ୟୁ ପିଟିସନ୍‌ ଦାଖଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ମନା କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରି ଉକ୍ତ ମାମଲାର ଜଣେ ଆବେଦନକାରୀ ଉଦିତ ସୁଦ୍‌ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅସଙ୍ଗତ ଓ ବିରୋଧାତ୍ମକ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ କ୍ବିର୍‌ ସମ୍ପ୍ରଦାୟ ସମ୍ମୁଖୀନ ହୋଇଥିବା ଭେଦଭାବ ଏହି ରାୟରେ ସ୍ବୀକାର କରାଯାଇଛି କିନ୍ତୁ ଭେଦଭାବର କାରଣ ହଟାଯାଇନାହିଁ। ସମଲିଙ୍ଗୀ ଦମ୍ପତିଙ୍କ ସମାନ ଅଧିକାରକୁ ଅସ୍ବୀକାର କରି ସେମାନଙ୍କୁ ମଣିଷଙ୍କଠାରୁ କମ୍‌ ଦେଖାଯାଉଛି। ଉଲ୍ଳେଖଯୋଗ୍ୟ, ସୁପ୍ରିମକୋର୍ଟ ଗତ ଅକ୍ଟୋବର ୧୭ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର