ସାନିଆ ମିର୍ଜା ଅମ୍ବାନୀ ପରିବାରର ଉଭୟ ବୋହୂ ଅପେକ୍ଷା ଅଧିକ ଧନୀ, ସେ କେତେ କୋଟିର ମାଲିକାଣୀ ଜାଣନ୍ତି କି ?

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଅମ୍ବାନୀ ପରିବାରର ଉଭୟ ବୋହୂ ଯଥା ରାଧିକା ମର୍ଚାଣ୍ଟ ଏବଂ ଶ୍ଲୋକା ହେଡଲାଇନରେ ରହିଛନ୍ତି। ଗୁଗୁଲରେ ଲୋକମାନେ ସେମାନଙ୍କ ବିଷୟରେ ଅନେକ ତଥ୍ୟ ଖୋଜୁଛନ୍ତି। ୟୁଜର୍ସ ଅଧିକ ସେମାନଙ୍କର ସମ୍ପତ୍ତି କେତେ ସେ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି। ୧୧,୨୩୦ କୋଟିର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ବୋହୂଙ୍କର ନିଟ୍ ସମ୍ପତ୍ତିର ମୂଲ୍ୟ ମାତ୍ର ୧୦ କୋଟି ଅଟେ। ଅମ୍ବାନୀ ପରିବାରର ବଡ ବୋହୂ ଶ୍ଲୋକା ମେହେଟ୍ଟାଙ୍କ ନିଟ୍ ସମ୍ପତ୍ତି ମୂଲ୍ୟ ହେଉଛି ୧୨୦ କୋଟି ଟଙ୍କା। ଶ୍ଲୋକା ରୋଜି ବ୍ଲୁ ଡାଇମଣ୍ଡର ନିର୍ଦ୍ଦେଶକ ରହିଥିଲେ। କିନ୍ତୁ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଅମ୍ବାନୀ ପରିବାରର ଉଭୟ ବୋହୂଙ୍କ ଅପେକ୍ଷା ଅଧିକ ଧନୀ ଅଟନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାନିଆ ମିର୍ଜାଙ୍କ ମୋଟ ସମ୍ପତ୍ତି ହେଉଛି ୨୬ ନିୟୁତ ଡଲାର ଅର୍ଥାତ୍ ୨୧୦ କୋଟି ଟଙ୍କା। ସାନିଆ ଅନେକ ପ୍ରକାରର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ କରନ୍ତି । ସେ ଏକ ଏଣ୍ଡୋର୍ସମେଣ୍ଟ ପାଇଁ ୬୦ ରୁ ୭୫ ଲକ୍ଷ ଟଙ୍କା ଚାର୍ଚ୍ଚ କରନ୍ତି । ସାନିଆ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ ଭାବରେ ମଧ୍ୟ ଜଣାଶୁଣା ।

https://www.instagram.com/p/C4SKUBrv1ac/?utm_source=ig_embed&ig_rid=ca64f711-fb56-4a9b-9660-672b8c2c9e33

ସାନିଆ ମିର୍ଜା ନିଜର ଟେନିସ୍ ଏକାଡେମୀ ପରିଚାଳନା କରନ୍ତି । ସେ ଟେନିସ୍ ଖେଳି ବର୍ଷକୁ ଅତି କମରେ ୩ କୋଟି ଟଙ୍କା ରୋଜଗାର କରନ୍ତି । ହାଇଦ୍ରାବାଦରେ ସାନିଆଙ୍କର ଏକ ମହଲ ପରି ଘର ଅଛି, ଯାହାର ମୂଲ୍ୟ ୧୩ କୋଟି ଟଙ୍କା। ଦୁବାଇରେ ତାଙ୍କର ଏକ ଘର ମଧ୍ୟ ଅଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା।

https://www.instagram.com/p/C27KfzNPy_I/?utm_source=ig_embed&ig_rid=da097098-1d43-4909-a77f-9077387a3862

ସାନିଆ ବିଳାସପୂର୍ଣ୍ଣ କାରକୁ ମଧ୍ୟ ଭଲ ପାଆନ୍ତି । ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ଅଛି । ସାନିଆ ମିର୍ଜାଙ୍କ କାର ସଂଗ୍ରହରେ ରେଞ୍ଜ ରୋଭର, ମର୍ସିଡିଜ୍ ବେଞ୍ଜ୍, ଓଡି ଏବଂ ବିଏମଡବ୍ଲୁ ଭଳି କାର ରହିଛି।

ସମ୍ବନ୍ଧିତ ଖବର