ରୋହିଙ୍ଗ୍ୟା ଶରଣାର୍ଥୀମାନେ ବଡ଼ ସମସ୍ୟା ସୃଷ୍ଟି କରୁଛନ୍ତି : ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ରୋହିଙ୍ଗ୍ୟା ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ରୋହିଙ୍ଗ୍ୟା ଶରଣାର୍ଥୀମାନେ ତାଙ୍କ ଦେଶ ଉପରେ ଏକ ବଡ଼ ବୋଝ ସଦୃଶ ହୋଇସାରିଲେଣି । ସେମାନେ ଯେପରି ଶୀଘ୍ର ନିଜ ଦେଶକୁ ଫେରିବେ ସେଥିପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ତାଙ୍କ ଦେଶ ଅନ୍ତର୍ଜାତୀୟ ସମୁଦାୟ ଓ ଅନ୍ୟ ପଡ଼ୋଶୀ ଦେଶଙ୍କ ସମ୍ପର୍କରେ ରହିଛି ।

ସେ କହିଛନ୍ତି ଯେ ବାଂଲାଦେଶରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟାଙ୍କ ଉପସ୍ଥିତି ବଡ଼ ସମସ୍ୟା ସୃଷ୍ଟି କରୁଛି । ଏହି ସମସ୍ୟାର ସମାଧାନ ପାଇଁ ଭାରତ ବଡ଼ ଭୂମିକା ନିର୍ବାହ କରିପାରିବ ।

ବାଂଲାଦେଶରେ ପ୍ରାୟ ୧୧ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ଅଛନ୍ତି । ଭାରତ ପରି ଏକ ବିଶାଳ ଦେଶ ଏତେ ପରିମାଣର ଲୋକଙ୍କୁ ରଖିପାରିବ, କିନ୍ତୁ ଆମ ପାଖର ସେତେ ସ୍ଥାନ ନାହିଁ । ଏଣୁ ତାଙ୍କ ଦେଶ ଅନ୍ତର୍ଜାତୀୟ ସମୁଦାୟ ଓ ପଡ଼ୋଶୀ ଦେଶଙ୍କ ସମ୍ପର୍କରେ ରହିଛି, ଯେପରିକି ସେମାନେ ନିଜ ଦେଶକୁ ଫେରିପାରିବେ ।

ମାନବୀୟ ଦୃଷ୍ଟିକୋଣରୁ ଆମେ ସେମାନଙ୍କ ପାଇଁ ସବୁ ପ୍ରକାରର ମୌଳିକ ସୁବିଧା ଯୋଗାଇଦେଇଛୁ । କରୋନା ଟୀକା ମଧ୍ୟ ଦିଆଯାଇଛି । କିନ୍ତୁ ସେମାନେ ଆମ ଦେଶରେ ଆଉ କେତେ ଦିନ ରହିବେ ? ସେମାନେ ରହିବା ଦ୍ବାରା ପରିବେଶ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ନିଶା କାରବାର, ଅସ୍ତ୍ରଶସ୍ତ୍ର ଚୋରାବେପାର, ନାରୀ ଚାଲାଣା କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏହା ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରୁଛି ।

ସମ୍ବନ୍ଧିତ ଖବର