ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ୬ ବର୍ଷ: ୧.୩୬ କୋଟି ମୋବାଇଲ ଗ୍ରାହକଙ୍କ ସହ ୧ ନମ୍ବର ସ୍ଥାନରେ

ନୂଆଦିଲ୍ଲୀ: ଦେଶର ଅନ୍ୟ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ର ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ଛଅ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ଟେଲିକମ ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୩.୨୮ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧.୩୬ କୋଟି ମୋବାଇଲ ଗ୍ରାହକ ହାସଲ ସହ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨.୯୬ କୋଟି ସକ୍ରିୟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ସର୍ବାଧିକ ୪୫.୨ ପ୍ରତିଶତ ଜିଓ ସହିତ ରହିଛନ୍ତି । ସେହିଭଳି ଟ୍ରାଇ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୨ ପ୍ରତିଶତରୁ ଊର୍ଦ୍ଧ୍ୱ ଭାଗ ହାସଲ କରିଛି ଜିଓ ।

ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ ଡାଟା ବ୍ୟବହାରରେ ମଧ୍ୟ ଏହି ଛଅବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨କୋଟିରୁ ଊର୍ଦ୍ଧ୍ୱରେ ପହଚିଂଛି । ବିଶେଷ କରି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ ଏହାର ପ୍ରଭାବ ପ୍ରଭାବ ଅଭୂତପୂର୍ବ ରହିଛି । ଓଡ଼ିଶାର ଗ୍ରାମାଚଂଳରେ ବ୍ରଡବ୍ୟାଣ୍ଡ୍ ଇଟଂରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ରହିଥିବା ୮.୭ ଲକ୍ଷରୁ ପ୍ରାୟ ୧୫ ଗୁଣ ବୃଦ୍ଧିପାଇ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୧.୩୧ କୋଟିରେ ପହଚିଂଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି । ରାଜ୍ୟର ଗ୍ରାମାଚଂଳରେ ଆସିଥିବା ଏହି ଡିଜିଟାଲ କ୍ରାନ୍ତିରେ ଜିଓର ସର୍ବବୃହତ ୪ଜି ନେଟୱର୍କ ଓ ଦୁର୍ଗମ ଅଚଂଳଗୁଡ଼ିକୁ ୪ଜି ନେଟ୍‌ୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ କରୋନା ମହାମାରୀ ସମୟରେ ଅନ୍‌ଲାଇନ ପାଠପଢାରେ ଗ୍ରାମାଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି । କୋରାପୁଟର ଦୁର୍ଗମ ନାରାୟଣପାଟଣା ଓ ଆଲମୋଣ୍ଡାଠାରୁ ଆରମ୍ଭ କରି ମାଲକାନଗିରିର କୁଟୁଣିପଲ୍ଲୀ, ଗଜପତିର କରଚବାଡି ଓ ଗୁମ୍ମା, କନ୍ଧମାଳର ଚାଚେଂଡି, ସିମିଳିପାଳର ଲାଞ୍ଜିଘୋଷରା, ଝାରସୁଗୁଡାର ଖୁଂଟାମାଳ ଓ କେନ୍ଦୁଝରର କାଳିଆହତା ଭଳି ଶତାଧିକ ଦୁର୍ଗମ ଓ ଅପହଂଚ ଅଂଚଳକୁ ୪ଜି ମୋବାଇଲ ସେବା ଓ ଡିଜିଟାଲ ଇଣ୍ଡିଆ ସହିତ ଯୋଡିଛି ଜିଓ ।

ସେହିଭଳି ସର୍ବାଧିକ ଲୋକପ୍ରିୟ ଜିଓ ଫାଇବର ହାଇ-ସ୍ପିଡ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ ଜରିଆରେ ରାଜ୍ୟର ୩୫ରୁ ଅଧିକ ପ୍ରମୁଖ ସହରରେ ଉପସ୍ଥିତି ଜାହିର କରିବା ସହିତ ଘରେ ରହି କାମ (ୱାର୍କ-ଫ୍ରମ୍‌-ହୋମ୍‌) କରୁଥିବା ପ୍ରଫେସନାଲ ଓ ଡିଜିଟାଲ ଦୁନିଆ ସହିତ ଯୋଡି ହୋଇଥିବା ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଜିଓଫାଇବର ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୫ ଲକ୍ଷରେ ପହଂଚିଛି।

ସମ୍ବନ୍ଧିତ ଖବର