ଟ୍ରେନରେ ଶିଖ ଲୋକମାନଙ୍କ ସହ ଭୋଜନ କଲେ କୃଷିମନ୍ତ୍ରୀ ତୋମାର, କୃଷକଙ୍କ ସହ ଖୋଲା ମନରେ କଥାବାର୍ତ୍ତା ପାଇଁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ :  ଆନ୍ଦୋଳନକାରୀ କୃଷକମାନଙ୍କୁ ପୁଣି ଥରେ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେବଳ ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ସରକାର  ଖୋଲା ମନରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ନୂଆଦିଲ୍ଲୀରୁ ମୋରନା ଯାଉଥିବା ଏକ ଟ୍ରେନରେ ଶିଖ ସଂପ୍ରଦାୟର ଲୋକମାନଙ୍କ ସହ ଆଲୋଚନା କରିବାବେଳେ ସେ ଏହା କହିଛନ୍ତି ।

ତୋମାର କହିଛନ୍ତି ଯେ ଅଧିକାଂଶ କୃଷକ ସଂଗଠନ ଓ କୃଷି ବିଶେଷଜ୍ଞମାନେ ନୂଆ କୃଷିଆଇନକୁ ସମର୍ଥନ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଆଇନକୁ ବର୍ତ୍ତମାନ ପାଇଁ ଲାଗୁ କରିହେବ ନାହିଁ । ଏବେ ସରକାର ଆଶା କରୁଛନ୍ତି ଯେ କୃଷକମାନେ ଆଲୋଚନା ପାଇଁ ଆଗେଇ ଆସି କୃଷି ଆଇନର କେଉଁ କେଉଁ ଧାରାଗୁଡ଼ିକ ଉପରେ ସେମାନଙ୍କର ଆପତ୍ତି ଅଛି ଓ ସେମାନେ କଣ ଚାହାନ୍ତି, ତାହା ଉପରେ ଆଲୋଚନା କରନ୍ତୁ ।

ଆସନ୍ତା ୧୯ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ବେଳେ କୃଷକମାନେ ଆଇନର ପ୍ରତି ଧାରା ଉପରେ ଆଲୋଚନା କରିବେ ବୋଲ୍ ସେ ଆଶା ପ୍ରକଟ କରିଛନ୍ତି ।

ଗତ ୧୫ ତାରିଖରେ ସରକାର ଓ ଆନ୍ଦୋଳନରତ କୃଷକମାନଙ୍କ ମଧ୍ୟରେ ହୋଇଥିବା ୯ମ ପର୍ଯ୍ୟାୟ କଥାବାର୍ତ୍ତା କୌଣସି ସହମତି ବିନା ଶେଷ ହୋଇଥିଲା ।

ସମ୍ବନ୍ଧିତ ଖବର