ଦିନିକିଆ ନାଟକ‌ରେ ଯବନିକା: କଂଗ୍ରେସର ଅନ୍ତରୀଣ ମୁଖ୍ୟ ହୋଇ ରହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ପାର୍ଟିର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚତୁର୍ପାଶ୍ବରେ ସମଗ୍ର କଂଗ୍ରେସ ଦଳ ଘେରାଏ ନାଚିଯିବା ପରେ ଦିନିକିଆ ନାଟକରେ ଯବନିକା ପଡ଼ିଛି। ଆସନ୍ତା ଛଅ ମାସ ମଧ୍ୟରେ ‘ଏଆଇସିସି’ ଅଧିବେଶନ ଡକା ହେବାଯାଏଁ ସୋନିଆ ଗାନ୍ଧୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷା ଦାୟିତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ନିଆଯାଇଛି। ଦଳର ଦୈନନ୍ଦିନ କାର୍ଯ୍ୟକଳାପରେ ସୋନିଆଙ୍କୁ ସହାୟତା କରିବାକୁ ଏକ କମିଟି ଗଠନ କରାଯିବ।

ଦୀର୍ଘ ସାତ ଘଣ୍ଟାବ୍ୟାପୀ ଚାଲିଥିବା କଂଗ୍ରେସ୍ ୱାର୍କିଙ୍ଗ୍ କମିଟି ବୈଠକରେ ବକ୍ତବ୍ୟ ଶେଷ ବେଳକୁ ସୋନିଆ ଗାନ୍ଧୀ କହିଲେ, କଂଗ୍ରେସ ଗୋଟାଏ ବଡ଼ ପରିବାର ଓ କାହା ବିରୋଧରେ ମୋ ମନରେ କିଛି କଥା ନାହିଁ। କିନ୍ତୁ, ସମସ୍ତେ ବିଶେଷତଃ ବରିଷ୍ଠ ନେତାମାନେ କେବଳ ଦଳର ସାମ୍ମୁଖ୍ୟ ପ୍ରତି ଭାବନା ଉଦ୍ରେକ କରିବା ଉଚିତ।

ଛଅ ମାସ ମଧ୍ୟରେ ବସିବାକୁ ଥିବା ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

ଏଠାରେ ସୂଚାଇଦିଆଯାଇ ପାରେ ଯେ, ଦଳର ଅଭ୍ୟନ୍ତରୀଣ ବ୍ୟବସ୍ଥାକୁ ପୂର୍ଣ୍ଣରୂପେ ଯାଞ୍ଚ କରିବାକୁ ଅନୁରୋଧ କରି କଂଗ୍ରେସର ୨୩ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠି ଯୋଗୁଁ ଏହି ସଙ୍କଟଜନକ ପରିସ୍ଥିତି ଉପୁଜିଥିଲା। ଏହାର ଜବାବ ଦେବାକୁ ଯାଇ ଆଜିର ବୈଠକରେ ସୋନିଆ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ‘ସିଡବ୍ଲୁସି’ ସଦସ୍ୟମାନଙ୍କୁ କହିଥିଲେ। ଏ ସମ୍ବନ୍ଧରେ ସେ ଦେଇଥିବା ଏକ ବିବୃତିକୁ କେସି ବଣେୁଗୋପାଳ ମଧ୍ୟ ପାଠ କରିଥିଲେ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ନେତା ସୋନିଆଙ୍କୁ କଂଗ୍ରେସ ଅଧ୍ୟକ୍ଷା ଭାବେ ରହିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର