ହେମନ୍ତ କରକରେଙ୍କୁ ନେଇ ସୁମିତ୍ରା ମହାଜନଙ୍କ ବୟାନ : ପୁଲିସ ଅଫିସର ଭାବରେ ତାଙ୍କ ଭୂମିକା ଠିକ୍‌ ନଥିଲା

ନୂଆଦିଲ୍ଲୀ : ସହିଦ୍‌ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଥମିବାର ନାଁ ନେଉ ନାହିଁ । କିଛି ଦିନ ତଳେ ହେମନ୍ତ କରକରେଙ୍କ ଝିଅ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନିନ୍ଦନୀୟ ବୋଲି କହିଥିବା ବେଳେ ଏବେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଅନେକ ବଡ଼ ଖୁଲାସା କରିଛନ୍ତି ।

Telegraph India

ତାଙ୍କ କହିବା ଅନୁଯାୟୀ, ଡିୟୁଟି କରିବା ସମୟରେ ହେମନ୍ତ କରକରେ ସହିଦ୍‌ ହୋଇଥିଲେ ସତ, କିନ୍ତୁ ପୁଲିସ ଅଫିସର ଭାବରେ ତାଙ୍କର ଭୂମିକା ଠିକ୍‌ ନଥିଲା । କାରଣ ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞା ଠାକୁରଙ୍କ ସମେତ ଦିଲୀପ ପାଟିଦାର ନାମକ ଜଣେ ଯୁବକଙ୍କୁ ମଧ୍ୟ ମହାରାଷ୍ଟ୍ର ଏଟିଏସ୍‌ ଗିରଫ କରିଥିଲା । କିନ୍ତୁ ଗିରଫ ହେବା ପରେ ସେ ଆଉ ଫେରି ନଥିଲେ । ତାଙ୍କୁ ପୁଲିସ ହେପାଜତରେ ହିଁ ହତ୍ୟା କରାଯାଇଥିଲା । ଏବେ ତାଙ୍କର ନିଖୋଜ ହେବାର ମାମଲା ଲୋକସଭା ଏବଂ ଅଦାଲତରେ ଉଠାଯାଇଛି ବୋଲି କହିଛନ୍ତି ସୁମିତ୍ର ମହାଜନ । ତାଙ୍କର ଏଭଳି ବୟାନ ପରେ ହେମନ୍ତ କରକରେଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର