ଭାଗ୍ୟରେ ଥିଲେ ଏଭଳି ସୁଯୋଗ ଆସେ: ମାତ୍ର ୧୩ ହଜାର ଟଙ୍କା ଦେଇ ବିମାନରେ ଏକାଗଲେ ଯାତ୍ରୀ

ନୂଆଦିଲ୍ଲୀ : ବିମାନରେ ଏକାକୀ କିମ୍ବା ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଯାତ୍ରା କରିବା ଲାଗି ହେଲେ ଜଣକୁ ପୂରା ବିମାନକୁ ଭଡ଼ାରେ ନେବାକୁ ପଡ଼ିଥାଏ। ଚାର୍ଟର ବିମାନରେ ଏହି ସୁବିଧା ମିଳିଥାଏ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଅଧିକ ଅର୍ଥ ଦେବାକୁ ହୋଇଥାଏ। କିନ୍ତୁ ବ୍ରିଟେନରେ ଏଭଳି ଏକ ଘଟଣା ଘଟିଛି ଯେଉଁଠି ଜଣେ ବ୍ୟକ୍ତି ମାତ୍ର ୧୬୨ ଡଲାର (୧୩୦୦୦ ଟଙ୍କା)ରେ ଟିକଟ କିଣି ପୂରା ବିମାନରେ ଏକୁଟିଆ ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ସେହି ବ୍ୟକ୍ତି ଜଣକ ହେଲେ ପଲ୍‌ ୱିଲକିନସନ।

ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ୬୫ ବର୍ଷୀୟ ପଲ୍ ପର୍ତ୍ତୁଗାଲରୁ ଉତ୍ତର ଆୟର୍ଲାଣ୍ଡକୁ ଯାତ୍ରା କରିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଦେଖିବାକୁ ପାଇଥିଲେ ତାଙ୍କ ଛଡ଼ା ଆଉ କେହି ଯାତ୍ରୀ ନାହାନ୍ତି। ବିମାନ ବନ୍ଦରରେ ସ୍ଥିତି ଦେଖିବା ପରେ ସେ ଭାବିଥିଲେ ଯେ ହୁଏତ ବିମାନ ବାତିଲ ହୋଇଯାଇଛି କିମ୍ବା ବିଳମ୍ବ ହୋଇଛି। କିନ୍ତୁ ପରେ କର୍ମଚାରୀଙ୍କୁ ପଚାରିବାରୁ ସେ ଜାଣିଥିଲେ ଯେ ଜେଟ୍‌୨ ବିମାନରେ ସେ ହେଉଛନ୍ତି ଏକମାତ୍ରା ଯାତ୍ରୀ। ଏଥିସହିତ ସେ ଉକ୍ତ ବିମାନରେ ପ୍ରାଇଭେଟ ଜେଟ୍‌ରେ ଯାତ୍ରାର ଅନୁଭୂତି ପାଇଛନ୍ତି। ଘରୋଇ ଜେଟ୍‌ରେ ଯାତ୍ରା ପାଇଁ ତାଙ୍କୁ ପ୍ରାୟ ୨୮ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡ଼ିଥାନ୍ତା। ଏଭଳି ଯାତ୍ରା ତାଙ୍କ ଜୀବନରେ ଆଉ ଆସି ନପାରେ।

ବିମାନରେ ସେ ଯେଉଁ ସେବା ପାଇଛନ୍ତି ତାହା ମଧ୍ୟ ଉନ୍ନତମାନର ଥିଲା। ତାଙ୍କୁ ବିମାନ ସୁରକ୍ଷା ସଂପର୍କରେ ସୂଚନା ଦିଆଯାଇଥିଲା। କ୍ୟାପଟେନଙ୍କ ସହିତ ସେ ଭଲରେ କଥା ହୋଇପାରିଥିଲେ। ଏପରିକି ସେ ବିମାନର ଚାଡ଼ିଆଡ଼େ ବୁଲିଥିଲେ। ୩ ଘଣ୍ଟାର ଯାତ୍ରା ଶେଷ ହେବା ପରେ ତାଙ୍କ ବ୍ୟାଗ ବି ଠିକ୍ ସମୟରେ ଆସିଯାଇଥିଲା। ପାସପୋର୍ଟ ଯାଞ୍ଚ କେନ୍ଦ୍ରରେ ମଧ୍ୟ ବିମାନରେ ସେ ଜଣେମାତ୍ର ଯାତ୍ରୀ ଆସିଥିବା ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ୩ ଜଣ ଅଧିକାରୀ ତାଙ୍କର ପାସପୋର୍ଟ ଯାଞ୍ଚ କରିଥିଲେ ବୋଲି ପଲ କହିଛନ୍ତି।

ସମ୍ବନ୍ଧିତ ଖବର