ଗରିବ ହେଲା ଦୁନିଆର ଏହି ମୁସଲମାନ ଦେଶ , ନିଜ ସହରକୁ ୟୁଏଇକୁ ବିକ୍ରି କଲା

କାହିରା: ଇଜିପ୍ଟ ବର୍ତ୍ତମାନ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏଥିରୁ ବାହାରିବା ପାଇଁ ଇଜିପ୍ଟ ସଂଘର୍ଷ କରୁଛି। ଏହି ସମୟରେ, ୟୁଏଇରୁ ଇଜିପ୍ଟକୁ ଏକ ପ୍ରମୁଖ ସହାୟତା ମିଳିଛି । ଉତ୍ତର ଉପକୂଳରେ ଏକ ବୃହତ ସହରାଞ୍ଚଳ, ବାଣିଜ୍ୟ ଏବଂ ପର୍ଯ୍ୟଟନ ହବ୍ ପାଇଁ ଇଜିପ୍ଟ ୟୁଏଇ ସହିତ ଏକ ଐତିହାସିକ ମଲ୍ଟିବିଲିୟନ ଡଲାର ଚୁକ୍ତି ସ୍ୱାକ୍ଷର କରିଛି। ଏହା ଅଧୀନରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ସହର ରସ ଏଲ୍ ହେକମା ନିର୍ମାଣ ହେବ। ଏହି ଉପକୂଳବର୍ତ୍ତୀ ସହର କିଣିବା ପାଇଁ ୩୫ ବିଲିୟନ ଡଲାରର ଚୁକ୍ତି ଚୂଡାନ୍ତ ହୋଇଛି । ଏହି ଚୁକ୍ତିନାମାକୁ ଇଜିପ୍ଟର ଗୃହମନ୍ତ୍ରୀ ଆସେମ ଅଲ-ଗଜ୍ଜର ଏବଂ ୟୁଏଇର ନିବେଶ ମନ୍ତ୍ରୀ ମହମ୍ମଦ ଅଲ ସୁୱେଦି ସ୍ୱାକ୍ଷର କରିଛନ୍ତି।

ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ‌ମେଡବୌଲି କହିଛନ୍ତି  ୟୁଏଇ ଅଗ୍ରିମ ୧୫ ବିଲିୟନ ଡଲାର ଦେବ। ବାକି ପରିମାଣ ଦୁଇ ମାସରେ ମଧ୍‌ୟରେ ପ‌ୈଠ କରିବ।  ‌ମେଡବୌଲିଙ୍କ ଅନୁଯାୟୀ ଦେଶର ଆଧୁନିକ ଇତିହାସରେ ସହରୀ ବିକାଶ ପ୍ରକଳ୍ପରେ ଏହି ଡିଲ୍ ହେଉଛି ସର୍ବ ବୃହତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ)। ଏହି ସହରରେ ଆବାସ, ପର୍ଯ୍ୟଟନ ରିସର୍ଟ, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଏକ ଶିଳ୍ପାଞ୍ଚଳ, ଏକ କେନ୍ଦ୍ରୀୟ ଆର୍ଥିକ ଏବଂ ବ୍ୟବସାୟ ଜିଲ୍ଲା, ପର୍ଯ୍ୟଟନ ଜାହାଜ ପାଇଁ ଏକ ଅନ୍ତର୍ଜାତୀୟ ମାରିନା ଏବଂ ଏକ ଅନ୍ତର୍ଜାତୀୟ ବିମାନବନ୍ଦର  ରହିବ।

ଏଠାରେ ଥିବା ଲୋକଙ୍କ ଭବିଷ୍ୟତ ବିଷୟରେ ମେଡବୌଲି କହିଛନ୍ତି ଯେ ସେମାନଙ୍କୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଦିଆଯିବ । ଏହି ପ୍ରକଳ୍ପ ଦେଶର ଆର୍ଥିକ ସଙ୍କଟକୁ ହ୍ରାସ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର