ଟାଇମ୍‌ସ ନାଓ-ସିଏନ୍‌ଏକ୍ସ ସର୍ଭେ ରିପୋର୍ଟ, ରାଜସ୍ଥାନରେ କଂଗ୍ରେସ ସରକାର

ବସୁନ୍ଧରାଙ୍କ କାମରେ ୪୮ ପ୍ରତିଶତ ଖୁସି ନାହାନ୍ତି

ନୂଆଦିଲ୍ଲୀ, ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଟାଇମ୍‌ସ ନାଓ ଏବଂ ସିଏନ୍‌ଏକ୍ସ ପକ୍ଷରୁ ହୋଇଥିବା ପ୍ରାକ୍‌ ନିର୍ବାଚନୀ ସର୍ଭେରେ ରାଜ୍ୟରେ ବିଜେପି ସରକାରର ପରାଜୟ ହେବ ଏବଂ କଂଗ୍ରେସ ଦଳ କ୍ଷମତାକୁ ଫେରିବ ବୋଲି କୁହାଯାଇଛି। ଏହି ସର୍ଭେ ୬୭ଟି ନିର୍ବାଚନ ମଣ୍ଡଳୀରେ କରାଯାଇଥିଲା ଏବଂ ଏଥିରେ ୮୦୪୦ ଭୋଟର୍‌ ଅଂଶ ଗ୍ରହଣ କରିଥିଲେ। ସର୍ଭେ ମୁତାବକ ରାଜସ୍ଥାନର ୨୦୦ ବିଧାନସଭା ଆସନରୁ କଂଗ୍ରେସ ୧୧୦ରୁ ୧୨୦ ଆସନ ପାଇବ ଏବଂ ବିଜେପି ୭୦ରୁ ୮୦ ଆସନ ମଧ୍ୟରେ ସୀମିତ ରହିବ। ୪୮ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କାମରେ ସନ୍ତୁଷ୍ଟ ନଥିବା ଦର୍ଶାଇଛନ୍ତି। ୩୫ ପ୍ରତିଶତ ଭୋଟର୍‌ ବସୁନ୍ଧରାରଙ୍କ କାମରେ ସନ୍ତୁଷ୍ଟ ବୋଲି କହିଥିବେ‌େଳ ବେଳେ ୧୨ ପ୍ରତିଶତ ସରକାରଙ୍କ କାମକୁ ପ୍ରଭାବଶାଳୀ ବୋଲି କହିଛନ୍ତି। ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ପ୍ରଶ୍ନରେ ବସୁନ୍ଧରାଙ୍କ ବିକଳ୍ପ ଭାବେ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଲୋକେ ପସନ୍ଦ କରିଛନ୍ତି। ୬୩ ପ୍ରତିଶତ ଲୋକ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ କାମରେ ସନ୍ତୁଷ୍ଟ ଥିବା କହିଛନ୍ତି। ୫୩ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ସଂପୂର୍ଣ୍ଣ ସନ୍ତୁଷ୍ଟ ଥିବା କହିଛନ୍ତି। ୨୭ ପ୍ରତିଶତ ଲୋକ ବିକାଶ ହିଁ ସବୁଠାରୁ ବଡ଼ ପ୍ରସଙ୍ଗ ବୋଲି କହିଥିବା ବେଳେ କେବଳ ୧ ପ୍ରତିଶତ ଲୋକ କହିଛନ୍ତି ଯେ ରାଫେଲ ଏହି ନିର୍ବାଚନରେ ଏକ ବଡ଼ ପ୍ରସଙ୍ଗ ହେବ। ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ବୋଲି ପ୍ରଶ୍ନର ଜବାବରେ ୬୯ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଥମ ପସନ୍ଦ ଭାବେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର