କେନ୍ଦ୍ର କ୍ୟାବିନେଟ୍‌ ବୈଠକ, ୩ ଅନ୍ତର୍ଜାତୀୟ ଚୁକ୍ତିକୁ କ୍ୟାବିନେଟ୍‌ ମଂଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‌େକନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ୩ଟି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଚୁକ୍ତିକୁ ମଂଜୁରି ମିଳିଛି। ଭାରତ ଏବଂ କୋରିଆ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ଏହି ବୁଝାମଣା ପତ୍ରର ପ୍ରମୁଖ ଲକ୍ଷ୍ୟ ହେଉଛି ପର୍ଯ୍ୟଟନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବଢ଼ାଇବା। ସେହିପରି ଅପରାଧିକ ବ୍ୟାପାରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଆଇନ ସହାୟତା‌ ଚୁକ୍ତିକୁ ମଧ୍ୟ କ୍ୟାବିନେଟ୍‌ ମଂଜୁରି ମିଳିଛି। ଏହି ଚୁକ୍ତି ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ କ୍ଷେତ୍ରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ଲାଗି ଏକ ବିସ୍ତୃତ ଆଇନଗତ ଢ଼ାଞ୍ଚା ପ୍ରଦାନ କରିବ। ଅନ୍ୟପକ୍ଷରେ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଆନ୍ତର୍ଜାତିକ ସୌର ମେଣ୍ଟ (ଆଇଏସ୍‌ଏ)ର ସଦସ୍ୟତା ଲାଗି ଆଇଏସଏର ବୁଝାମଣା ଢାଞ୍ଚାରେ ସଂଶୋଧନ ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରଥମ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ଆଜି କ୍ୟାବିନଟ ବୈଠକରେ ଅନୁମୋଦନ କରାଯାଇଛି। ରୁଷ୍‌ ସହ ପରିବହନ, ଶିକ୍ଷା ଓ ରେଳବାଇ ବିକାଶ କ୍ଷେତ୍ରରେ ହୋଇଥିବା ବୁଝାମଣା ନେଇ ମଧ୍ୟ କ୍ୟବିନେଟ୍‌ରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର