ଥିରୁବନନ୍ତପୁରମ: ଅଳ୍ପକେ ବର୍ତ୍ତିଲା ଜୀବନ। ଟ୍ରକ୍ ଚଢ଼ିଯାଇଥିଲେ ବି ବଞ୍ଚିଗଲେ ମହିଳା। ଇଟ୍ଟା ବୋଝୋଇ ଟ୍ରକ୍ ହଠାତ୍ ପଛକୁ ଗଡ଼ି ଆସି ସ୍କୁଟି ଧରି ଛିଡ଼ା ହୋଇଥିବା ମହିଳାଙ୍କ ଦେହରେ ବାଜିଥିଲା। ଏହା ପରେ ମହିଳା ତଲେ ପଡି ଯାଇଥିଲେ। ତେବେ ଏହି ଦୁର୍ଘଟଣା ପରେ ମହିଳା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାଯାଇଛି।
just be alert and avoid accidents, it is a harrowing incident near Kozhikode Medical College, Kerala a truck laden with bricks lost control and rolled backward, striking a scooter.The truck finally stopped after hitting a roadside tree. due to alertness , The woman could save… pic.twitter.com/2tWfeuRZ5W
— Dr Srinubabu Gedela (@DrSrinubabu) May 16, 2025
ସମଗ୍ର ଘଟଣାଟି ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି ଯେ, ଇଟ୍ଟା ବୋଝୋଇ ଟ୍ରକ୍ ଆଗରେ ଯାଉଥିବା ବେଳେ ପଛରେ ମହିଳାଜଣକ ସ୍କୁଟି ନେଇ ଯାଉଛନ୍ତି। ଏହା ପରେ ହଠାତ୍ ଟ୍ରକ୍ ଅଟକିଯାଉଛି। ଏହା ଦେଖି ମହିଳା ମଧ୍ୟ ଅଟକି ଯାଉଛନ୍ତି। ପରେ ଟ୍ରକ୍ଟି ପଛକୁ ଗଡ଼ିବା ଆରମ୍ଭ ହେଉଛି। ଟ୍ରକ୍ ପଛକୁ ଆସୁଥିବା ଦେଖି ମହିଳାଜଣକ ମଧ୍ୟ ପଛୁଆ ଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଟ୍ରକ୍ ଖୁବ ଜୋରରେ ପଛକୁ ଆସି ମହିଳାଙ୍କୁ ଧକ୍କା ଦେଉଛି। ଏହା ପରେ ମହିଳାଜଣକ ଛିଟିକି ପଡ଼ୁଛନ୍ତି। ଏହି କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଥିବା ଦେଖିବାକୁ ମିଳିଛି।