ବିତର୍କ ସମୟରେ ଟିଭି ଉପସ୍ଥାପିକାଙ୍କୁ ‘ବହନଜୀ’ କହି ଦେଲେ କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ, ମିଳିଲା ଏଭଳି ଜବାବ

ନୂଆଦିଲ୍ଲୀ : ନିର୍ବାଚନୀ ପ୍ରଚାର ସମୟରେ ବିପକ୍ଷ ଦଳର ନେତାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିତର୍କ ହେବା ସାଧାରଣ କଥା । କିନ୍ତୁ ଏକ ନିଉଜ୍‌ ଚ୍ୟାନେଲରେ ଉପସ୍ଥାପିକାଙ୍କ ସହ ବ୍ୟକ୍ତିଗତ ସ୍ତରକୁ ଯାଇ ବିତର୍କ କରିବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଏକ ବିତର୍କରେ ଯୋଗ ଦେବା ପାଇଁ ଆଜ୍‌ ତକ୍‌ରେ ପହଞ୍ଚିଥିବା ବେଳେ ସେଠାରେ ଆଜ୍‌ ତକ୍‌ର ଉପସ୍ଥାପିକା ଅଞ୍ଜନା ଓମ୍‌ କଶ୍ୟପଙ୍କ ସହ ତାଙ୍କର ଝଗଡ଼ା ହୋଇ ଯାଇଥିଲା ।

jansatta.com

ବିତର୍କ ଚାଲିଥିବା ବେଳେ ପ୍ରିୟଙ୍କା ଅଞ୍ଜନାଙ୍କୁ ‘ବହନଜୀ’ ବୋଲି ସମ୍ବୋଧନ କରିଥିଲେ । ଯାହା ଅଞ୍ଜନାଙ୍କୁ ଆହତ କରିଥିଲା ।  ଏହା ଶୁଣି ଚୁପ୍‌ ରହି ନଥିଲେ ଅଞ୍ଜନା । ‘ବହନଜୀ’ ଶୁଣି ‘ଆଣ୍ଟିଜୀ’ ବୋଲି କହି ଅଞ୍ଜନା ପ୍ରିୟଙ୍କାଙ୍କୁ ସମ୍ବୋଧନ କରିଥିଲେ । ବିତର୍କ ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ‘ବହନଜୀ’ ଏବଂ ‘ଆଣ୍ଟିଜୀ’ ତର୍କକୁ ନେଇ ଲୋକେ ମଜା ଉଠାଇବା ଆରମ୍ଭ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ମୋତେ କିଏ କ’ଣ କହୁଛି, ତାର କୌଣସି ପ୍ରଭାବ ମୋ ଉପରେ ପଡ଼ିବ ନାହିଁ ବୋଲିୁ କହିଛନ୍ତି ପ୍ରିୟଙ୍କା ।

 

ସମ୍ବନ୍ଧିତ ଖବର