ଜମ୍ମୁ ଓ କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସେନାର ଦୁଇ ଯବାନ ସହିଦ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ଦୁଇଜଣ ଯବାନ ସହିଦ ହୋଇଛନ୍ତି।

ପାକିସ୍ତାନୀ ସୈନିକମାନଙ୍କ ଗୁଳି ଚାଳନା ଯୋଗୁଁ ନାଏକ ପ୍ରେମ ବାହାଦୁର ଖତ୍ରି ଏବଂ ରାଇଫଲ୍‌ମ୍ୟାନ୍‌ ସୁଖବୀର ସିଂହ ସାଙ୍ଘାତିକ ଆହତ ହୋଇଥିଲେ। ପରେ ସେମାନଙ୍କର ଦେହାନ୍ତ ହୋଇଥିବା କଥା ଜମ୍ମୁସ୍ଥିତ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି।

ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ପାକିସ୍ତାନୀ ସେନାକୁ ଭାରତୀୟ ସେନା ମଧ୍ୟ ଠିକଣା ଜବାବ ଦେଇଛି।

ଗୁରୁବାର ଦିନ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଫର୍‌ଓ୍ଵାର୍ଡ ପୋଷ୍ଟ୍‍ ଏବଂ ଗାଁମାନଙ୍କ ଉପରେ ପାକିସ୍ତାନୀ ସେନା ଗୁଳିଗୋଳା ନିକ୍ଷେପ କରିବାରୁ ଭାରତୀୟ ସେନାର ଜଣେ ଜୁନିୟର୍‌ କମିସନ୍‌ଡ୍‌ ଅଫିସର୍‌ ସହିଦ ହେବା ସହ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର