ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୨ ଅଧିକାରୀ କୋଭିଡ-୧୯ ପଜିଟିଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୁଇଜଣ ଅଧିକାରୀ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ଏଣୁ ବୈଦେଶିକ ମନ୍ତ୍ରାଳୟର ସଂପୃକ୍ତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଆତ୍ମ ସଂଗରୋଧରେ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପଜିଟିଭ୍‌ ଚିହ୍ନିତ ହୋଇଥିବା ଦୁଇ ଅଧିକାରୀଙ୍କ ମଧ୍ୟରୁ ଜଣେ ସେଣ୍ଟ୍ରାଲ ୟୁରୋପ ଡିଭିଜନର କନ୍‌ସଲ୍‌ଟାଣ୍ଟ ଥିବା ବେଳେ ଅନ୍ୟ ଜଣେ ଆଇନ ବିଭାଗରେ ନ୍ୟାୟିକ ଅ଼ଧିକାରୀ ଅଛନ୍ତି।

ଏହି ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ସଙ୍ଗରୋଧରେ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗତକାଲି ରାଜ୍ୟସଭାର ଜଣେ ଅଧିକାରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟସଭା ସଚିବାଳୟକୁ ଆଂଶିକ ଭାବେ ସାନିଟାଇଜ କରାଯାଇଥିଲା।

ସମ୍ବନ୍ଧିତ ଖବର