ଆତଙ୍କବାଦୀ ନୁହେଁ, ଆମେରିକା କରିଥିଲା ରକେଟ ମାଡ଼; କାବୁଲ ଏୟାରପୋର୍ଟକୁ ବିସ୍ଫୋରକ ନେଇ ଯାଉଥିବା ଆତଙ୍କବାଦୀ ଥିଲା ଟାର୍ଗେଟ

କାବୁଲ: କିଛି ସମୟ ପୂର୍ବରୁ କାବୁଲ ବିମାନବନ୍ଦର ପାଖରେ ରକେଟ ମାଡ଼ କରାଯାଇଥିବା ନେଇ ସୂଚନା ମିଳିଥିଲା | ଏବେ କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ଆକ୍ରମଣ ଉପରେ ତାଲିବାନର ବିବୃତି ପ୍ରକାଶ ପାଇଛି। ତାଲିବାନ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଥିଲା ଆମେରିକା | ଏୟାରଷ୍ଟ୍ରାଇକରେ ଆତ୍ମଘାତୀ ବିସ୍ଫୋରଣକାରୀର ଗାଡି ନଷ୍ଟ ହେବା ସହ ବିସ୍ଫୋରଣକାରୀର ମୃତ୍ୟୁ ଘଟିଛି ହୋଇଛି। ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ କାବୁଲ ବିମାନବନ୍ଦରକୁ ଯାଉଥିଲା। ଟାର୍ଗେଟ ଥିଲା କାବୁଲ ବିମାନବନ୍ଦରକୁ ଉଡ଼ାଇବା |

ଆମେରିକା ମଧ୍ୟ ଏହି ସମାନ ଦାବି କରିଛି | ଆମେରିକା କହିଛି ଯେ, ସେ ଏହି ଆକ୍ରମଣ କରିଥିଲା ଯେଉଁଥିରେ ଆଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କୁ ରକେଟ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା। ତେବେ ଏହି ବିସ୍ଫୋରଣରେ ଜଣେ ଶିଶୁ ସମେତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

indiatoday.in

ଏହାପୂର୍ବରୁ ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦର ଉପରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର