ବିହାରରେ ମହାଗଠବନ୍ଧନରୁ ଅଲଗା ହେଲା ବିକାଶଶୀଳ ଇନ୍‌ସାନ୍ ପାର୍ଟି, ତେଜ୍ବସୀଙ୍କ ଡିଏନଏ ଶୁଦ୍ଧ ନୁହେଁ ‌ବୋଲି କହିଲେ ମୁକେଶ ସାହାଣୀ

ନୂଆଦିଲ୍ଲୀ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆସନ ବାଣ୍ଟିବାର ବ୍ୟବସ୍ଥା ଘୋଷଣା କରିବା ପାଇଁ ଗତକାଲି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଆରଜେଡି ନେତା ତେଜ୍ବସୀ ଯାଦବ ଆସନ ବାଣ୍ଟିବାର ବ୍ୟବସ୍ଥାକୁ ନେଇ ଯେଉଁ ଘୋଷଣା କରିଥିଲେ, ଏଥିରେ ଅସନ୍ତୋଷ ପ୍ରକାଶ କରି ସମ୍ମିଳନୀ ଛାଡ଼ିଥିଲେ ବିକାଶଶୀଳ ଇନ୍‌ସାନ୍ ପାର୍ଟି (ଭିଆଇପି) ନେତା ମୁକେଶ ସାହାଣୀ।

ବିହାରରେ ମହାଗଠବନ୍ଧନରୁ ଅଲଗା ହେବା ପରେ ବିକାଶଶୀଳ ଇନ୍‌ସାନ୍ ପାର୍ଟିର ନେତା ମୁକେଶ ସାହାଣୀ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଆଜି ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁକେଶ ସାହାଣୀ କହିଛନ୍ତି ଯେ, ତେଜସ୍ୱୀ ଯାଦବ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ଏଭଳି କରିବା ତାଙ୍କର ଅଭ୍ୟାସ।

ମୁକେଶ ସାହାଣୀଙ୍କ କହିଛନ୍ତି, ‘ ତେଜ୍ବସୀ ଚାହୁଁଥିଲେ ଯେ ମୁଁ ତାଙ୍କ ସର୍ତ୍ତ ଅନୁଯାୟୀ ରାଜନୀତି କରିବି। କିନ୍ତୁ ଯେତେବେଳେ ମୁଁ ଏହା କରିବାକୁ ମନା କରିଥିଲି ସେତେବେଳେ ସେ ମୋ ସହ ବିଶ୍ୱାସଘାତକତା କରିଥିଲେ। ତେଜସ୍ୱୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ବିହାରରେ ଭିଆଇପି ଉପ ମୁଖ୍ୟମନ୍ତ୍ରୀ ପଦ ପାଇବ। ବର୍ତ୍ତମାନ ସେ ଆମ ସହ ବିଶ୍ୱାସଘାତକତା କରି ତାଙ୍କ ଡିଏନ୍ଏ କେତେ ଶୁଦ୍ଧ, ତାହା ପ୍ରମାଣ କରିଛନ୍ତି।’

VIP के नेता मुकेश सहनी (फोटो- फेसबुक)
aajtak

ସୂଚନାଯୋଗ୍ୟ, ତେଜସ୍ୱୀ ଯାଦବ ୧୪୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ସିଟ୍ ବଣ୍ଟନ ଚୁକ୍ତି ଘୋଷଣା କରିବା ପରେ ପରିସ୍ଥିତି ଏକ ନାଟକୀୟ ମୋଡ଼ ନେଇଥିଲା। ତିନୋଟି ପର୍ଯ୍ୟାୟରେ ହେବାକୁ ସ୍ଥିର ହୋଇଥିବା ଏହି ନିର୍ବାଚନରେ ଆର୍‌ଜେଡି ୧୪୪, କଂଗ୍ରେସ ୭୦ ଓ ବାମ ଦଳ ୨୯ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବାମ ଦଳମାନଙ୍କ ମଧ୍ୟରୁ ସିପିଆଇ(ଏମ୍‌) ୪, ସପିଆଇ ୬ ଓ ସିପିଆଇ(ଏମ୍‌ଏଲ୍‌) ୧୯ଟି ଆସନରୁ ପ୍ରାର୍ଥୀ ଠିଆ କରାଇବେ ବୋଲି ଘୋଷଣା କରାଯାଇଥିଲା।

ଏହି ଘୋଷଣା ପରେ ସାହାଣୀ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ଆରଜେଡି ଭିଆଇପିକୁ ୨୫ଟି ଆସନ ଦେବାକୁ କହି ଏବେ ବିଶ୍ୱାସଘାତକତା କରିଛି। ଏ ନେଇ ଆମ ଦଳ ମହାଗଠବନ୍ଧନରୁ ଅଲଗା ହେଉଥିବା କଥା କହିଥିଲେ ସାହାଣୀ।

ସମ୍ବନ୍ଧିତ ଖବର