ଭାଇରାଲ ଭିଡ଼ିଓ: ଲାଇଭ ମର୍ଡର ସୁଟିଂ, ଦେଖିସାରିଲେଣି ୧୬ ନିୟୁତରୁ ଅଧିକ ୟୁଜର…

ୱାଶିଂଟନ : ମେଟ୍ରୋ ଟ୍ରେନ୍ ତଥା ବସରେ ଝଗଡ଼ା, ମାରପିଟର ଭିଡ଼ିଓ ପ୍ରାୟତଃ ଭାଇରାଲ ହୋଇଥାଏ। ତେବେ ସମ୍ପ୍ରତି ଏକ ଭୟଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଲାଇଭ ମର୍ଡର ସୁଟିଂ ହେଉଥିବାର ଦେଖାଯାଉଛି। ଦୁଇ ଜଣ ଲୋକ ରେଲୱେ ପ୍ଲାଟଫର୍ମରେ ଝଗଡା କରୁଥିବାର ଦୃଶ୍ୟ ଭଡ଼ିଓରେ ରହିଛି। ହଠାତ ଜଣେ ଅନ୍ୟ ଜଣଙ୍କୁ ରେଲୱେ ଟ୍ରାକ୍ ଉପରକୁ ମୁଥମାରି ଠେଲି ଦେଉଛନ୍ତି ଏବଂ ଏହି ସମୟରେ ଟ୍ରେନ ଆସିଯାଉଛି। ଟ୍ରାକରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ପୂର୍ବରୁ ଟ୍ରେନ ତାଙ୍କ ଉପରେ ମାଡ଼ି ଯାଉଛି। ଏହି ଦୃଶ୍ୟ ଅତି ଭୟଙ୍କର ମନେ ହେଉଛି। କେହି କିଛି ବୁଝିବା ପୂର୍ବରୁ ଆଖିପିଛୁଳାକେ ସବୁ ଘଟିଯାଉଛି। ସଭିଏଁ ଟ୍ରେନ ମାଡ଼ିଯିବା ପରେ ସ୍ତବ୍ଧ ହୋଇଯାଉଛନ୍ତି।

ଏହି ଭିଡ଼ଓ ଆମେରିକାର ଫିଲଡେଲଫିଆର ବୋଲି କୁହାଯାଉଛି। ଏହି ଭିଡ଼ିଓ @bestwildclips ନାମକ ଏକ ଏକ୍ସ ଆକଉଣ୍ଟରୁ ସେୟାର କରାଯାଇଛି। ଏହାକୁ ଇତିମଧ୍ୟରେ ୧୬ ନିୟୁତରୁ ଅଧିକ ୟୁଜର ଦେଖିସାରିଲେଣି।

ଏହି ଭାଇରାଲ ଭିଡ଼ିଓ ନେଇ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ଲେଖିଛନ୍ତି, ଷ୍ଟେସନରେ ଏଭଳି କରିବା ଉଚିତ ନୁହେଁ। ଏନେଇ ସତର୍କ ରହିବା ଆବଶ୍ୟକ।
ଅନ୍ୟ ଜଣେ ଭାରତରେ ଏଭଳି ଘଟଣା ଘଟୁଥିବା କହିଛନ୍ତି। ସେହିପରି ଜଣେ ଲେଖିଛନ୍ତି, ଏହି ଘଟଣାରେ ଦୋଷ କାହାର ନାହିଁ। ମୁଥମାରି ଥିବା ଲୋକ ଜଣକ ଜାଣିଶୁଣି ଏଭଳି କି ନାହାନ୍ତି। ତଥାପି ରେଳ ଷ୍ଟେସନରେ ଝଗଡ଼ା କରିବା ଠିକ ନୁହେଁ।

ସମ୍ବନ୍ଧିତ ଖବର