ବିଲ ଭିତରୁ ଅପରିଚିତ ବୃଦ୍ଧଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ବିଲ ଭିତରେ ଜଣେ ବୃଦ୍ଧଙ୍କ ଶବ ରବିବାର ମଧ୍ୟାହ୍ନରେ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଜଣା ପଡୁନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ଖବରନୁଯାୟୀ ରବିବାର ମଧ୍ୟାହ୍ନରେ ମହୁରୀ ଗ୍ରାମ ଠାରୁ ଅନତିଦୂରରେ ଜଣେ ବୃଦ୍ଧଙ୍କ ଉଲଗ୍ନ ଶବ ଏକ ବିଲ ମଝିରେ ପଡ଼ି ରହିଥିବା ଖବର ପ୍ରଚାରିତ ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଉକ୍ତ ସ୍ଥାନରେ ରୁଣ୍ଡ ହୋଇଯାଇଥିଲେ ଓ ପୁଲିସକୁ ଖବର ଦେଇଥିଲେ। ବୃଦ୍ଧଙ୍କ ବାମ ଆଖିଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କର ମୃତ୍ୟୁ ପୂର୍ବ ଦିନ ହୋଇଥିବାର ଅନୁମାନ କରାଯାଏ। ଖବରପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅନୁଧ୍ୟାନ କରିଥିଲା। ଏପରିକି ପୁଲିସ ଓ ସ୍ଥାନୀୟ ଲୋକ ବହୁ ଚେଷ୍ଟା କରିଥିଲେ ମଧ୍ୟ ମୃତକଙ୍କ ପରିଚୟ ଖୋଜି ପାରିନଥିଲେ। ଫଳରେ ପୁଲିସ ଅପମୃତ୍ୟୁ ମାମଲା ନଂ ୪/୨୪ ପ୍ରକାରେ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପଠାଇଥିବା ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ତପନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର