ଉଦ୍ଧବଙ୍କ ସହ ଥିବା ଭୁଲ ବୁଝାମଣା ଦୂର କରିବୁ : ବିଦ୍ରୋହୀ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଠାକରେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି  ଜଣେ ବିଦ୍ରୋହୀ ବିଧାୟକ ଦୀପକ କେସରେକର । ସେ କହିଛନ୍ତି ସେମାନେ ଉଦ୍ଧବଙ୍କ ସହିତ ଠିକ ସମୟରେ କଥା ହେବେ ଓ ସବୁ ଭୁଲବୁଝାମଣାର ଅବସାନ ହେବ । ଉଦ୍ଧବ ଜଣେ ବଡ଼ ନେତା ଓ ସେ ତାଙ୍କ ବିରୋଧରେ କିଛି କହିବେ ନାହିଁ ।

ଆଜି ଉଦ୍ଧବ କହିଥିଲେ ଯେ ବିଦ୍ରୋହୀ ବିଧାୟକମାନେ ପ୍ରକୃତ ଶିବସୈନିକ ନୁହଁନ୍ତି । ଯଦି ବିଜେପି ରୋଟେସନ ଭିତ୍ତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଥାନ୍ତା ତେବେ ମହାବିକାଶ ଅଘାଡ଼ି ମେଣ୍ଟ ହୋଇନଥାନ୍ତା ।

ଗତ ବୁଧବାର ରାତିରେ ଏକ ଫେସବୁକ ଲାଇଭ ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା ।

ଏହା ପରେ ଗୁରୁବାର ସଂଧ୍ୟାରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଦେବେନ୍ଦ୍ର ଫଡନବୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ପୂର୍ବରୁ ଫଡନବୀସ ନିଜେ ଘୋଷଣା କରିଥିଲେ ଯେ ସରକାରରେ ସାମିଲ ହେବେ ନାହିଁ । କିନ୍ତୁ ପରେ ବିଜେପି ନେତୃତ୍ବ ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ।

 

ସମ୍ବନ୍ଧିତ ଖବର