ରାଞ୍ଚି: ଆସନ୍ତା ୫ ତାରିଖରେ ଭାରତ ଆରମ୍ଭ କରିବ ବିଶ୍ୱକପ ଅଭିଯାନ । ଦକ୍ଷିଣ-ଆଫ୍ରିିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ରହିଛି । ଏପରିକି ଭାରତ ବେଶ ସହଜରେ ସେମିଫାଇନାଲରେ ପହଞ୍ଚି ପାରିବ ବୋଲି କ୍ରିକେଟ ବିଶାରଦମାନେ ଭବିଷ୍ୟବାଣୀ କରିଛନ୍ତି । ଏସବୁ ଭିତରେ ଭାରତ ପୁଣିଥରେ ବିଶ୍ୱକପର ବିଜେତା ହେଉ ସେ ନେଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି କ୍ରିକେଟ ପ୍ରେମୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରୁ ବାଦ ପଡ଼ି ନାହାନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ମା’। ସେ ଆଜି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ପୂଜାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ଧୋନି ଧୂଆଁଧାର ଶତକ ମାରିବା ପରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଧୋନିଙ୍କ ମା’ ।