ବିଶ୍ୱକପ୍‌: ଗୁପଟିଲ୍‌-ମୁନରୋଙ୍କ ଅର୍ଦ୍ଧଶତକ, କୌଣସି ଓ୍ଵିକେଟ୍‌ ନହରାଇ ଶ୍ରୀଲଙ୍କା ବିପକ୍ଷରେ ସହଜରେ ଜିତିଲା ନ୍ୟୁଜିଲାଣ୍ଡ

କାର୍ଡିଫ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବଶ୍ୱକପ୍‌ର ଶନିବାର ମ୍ୟାଚରେ ଓପନର ମାର୍ଟିନ ଗୁପଟିଲ ଓ କୋଲିନ ମୁନରୋଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ସହଜରେ ପରାସ୍ତ କରିଛି। କାର୍ଡିଫର ସୋଫିଆ ଗାର୍ଡେନସ୍‌ରେ ୧୩୭ ରନ୍‌ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୬.୧ ଓଭରରେ କୌଣସି ଓ୍ଵିକେଟ ନ ହରାଇ ପୂରା କରିିଛି।

ନ୍ୟୁଜିଲାଣ୍ଡ ସ୍କୋରବୋର୍ଡ

ମାର୍ଟିନ ଗୁପଟିଲ୍‌: ଅପରାଜିତ ୭୩ ରନ୍‌, ୫୧ ବଲ, ୮ ଚୌକା, ୨ ଛକା
କୋଲିନ୍‌ ମୁନ୍‌ରୋ: ଅପରାଜିତ ୫୮ ରନ୍‌, ୪୭ ବଲ, ୬ ଚୌକା, ୧ ଛକା

ଅତିରିକ୍ତ: ୬ ରନ୍‌ (ଲେକ୍‌ବାଏ ୩, ଓ୍ଵାଇଡ ୨, ନୋ ୧)
ମୋଟ୍‌: ୧୩୭ ରନ୍‌ (୦୦ଓ୍ଵିକେଟ୍‌, ୧୬.୧ ଓଭର)

ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିବା ପରେ ଶ୍ରୀଲଙ୍କା ୨୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୬ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୧୩୭ ରନ୍‌ ଟାର୍ଗେଟ ମିଳିଥିଲା। ଶ୍ରୀଲଙ୍କା ପାଇଁ ଦିମୁଥ କରୁଣାରତ୍ନେ ସର୍ବାଧିକ ସ୍କୋର ଅପରାଜିତ ୫୨ ରନ୍‌ କରିଥିବା ବେଳେ କୁଶାଲ ପେରେରା ୨୯ ରନ୍‌ ଏବଂ ତିସାରା ପେରେରା ୨୭ ରନ୍‌ କରିଥିଲେ।

Hindustan Times

ଆରମ୍ଭରୁ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଟିମ୍‌ ସ୍କୋର ୪ ରନ୍‌ରେ ଲାହିରୁ ଥିରମାନୀ ଆଉଟ୍‌ ହୋଇଥିଲେ। ଶ୍ରୀଲଙ୍କା ସ୍କୋର ୪୬ରେ ୨ୟ ଓ ୩ୟ, ୫୩ ରନ୍‌ରେ ୪ର୍ଥ, ୫୯ ରନ୍‌ରେ ୫ମ ଏବଂ ୬୦ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ହରାଇଥିଲା। ଟିମ୍‌ ୭ମ ଓ୍ଵିକେଟରେ ୫୨ ରନ୍‌ କରିଥିବା ବେଳେ ୧୧୪ ରନ୍‌ରେ ୮ମ ଓ୍ଵିକେଟର ପତ୍ତନ ଘଟିଥିଲା। ସ୍କୋର ୧୩୦ ରନ୍‌ରେ ୯ମ ଓ୍ଵିକେଟ୍‌ ନେଇଥିଲା ନ୍ୟୁଜିଲାଣ୍ଡ। ମଟ୍ଟ ହେନରୀ ଓ ଲକି ଫରଗୁସନଙ୍କୁ ୩-୩ ଓ୍ଵିକେଟ୍‌ ମିଳିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କୋଲିନ ଗ୍ରାଣ୍ଡହୋମ, ଜେମସ୍‌ ନୀଶମ ଓ ମିଚେଲ ସଣ୍ଟନର ୧-୧ ଓ୍ଵିକେଟ୍‌ ନେଇଥିଲେ।

ଶ୍ରୀଲଙ୍କା ସ୍କୋରବୋର୍ଡ

ଲାହିରୁ ଥିରମାନେ: ଏଲବିଡବ୍ଡୁ-ହେନରୀ, ୪ ରନ୍‌, ୨ ବଲ, ୧ ଚୌକା
ଦିମୁଥ କରୁଣାରତ୍ନେ: ଅପରାଜିତ ୫୨ ରନ୍‌, ୮୪ ବଲ, ୪ ଚୌକା
କୁଶାଲ ପେରେରା: କ-ଗ୍ରାଣ୍ଡହୋମ୍‌-ବୋ-ହେନରୀ, ୨୯ ରନ୍‌, ୨୪ ବଲ, ୪ ଚୌକା
କୁଶାଲ ମେଣ୍ଡିସ: କ-ଗୁପଟିଲ-ବୋ-ହେନରୀ, ୦ ରନ୍‌, ୧ ବଲ୍‌
ଧନଂଜୟ ଡିସଲଭା: ଏଲବିଡବ୍ଲୁ-ଲକି ଫରଗୁସନ୍‌, ୪ ରନ୍‌, ୧୩ ବଲ, ୧ ଚୌକା
ଆଂଜେଲୋ ମ୍ୟାଥୁସ୍‌: କ-ଲାଥାମ-ବୋ-ଗ୍ରାଣ୍ଡହୋମ୍‌, ୦ ରନ୍‌, ୯ ବଲ୍‌
ଜୀବନ ମେଣ୍ଡିସ: କ-ନୀଶମ-ବୋ-ଫରଗୁସନ୍‌, ୧ ରନ୍‌, ୪ ବଲ୍‌
ଥିରସା ପେରେରା: କ-ବୋଲଟ୍‌-ବୋ-ସଣ୍ଟନର, ୨୭ ରନ୍‌, ୨୩ ବଲ, ୨ ଛକା
ଇସୁରୁ ଉଡାନ: କ-ହେନରୀ-ବୋ-ନୀଶମ, ୦ ରନ୍‌, ୨୩ ବଲ
ସୁରଂଗା ଲକମଲ: କ-ସଣ୍ଟନର-ବୋ-ବୋଲ୍ଟ, ୭ ରନ, ୧୩ ବଲ, ୧ ଚୌକା
ଲାସିଥ ମାଲିଂଗା: ବୋ-ଫରଗୁସନ୍‌, ୧ ରନ୍‌, ୨ ବଲ୍‌

ଅତିରିକ୍ତ: ୧୧ ରନ୍‌ (ବାଏ ୧, ଓ୍ଵାଇଡ ୮, ନୋ ୨)
ମୋଟ୍‌: ୧୩୬ ରନ୍‌ (୧୦ ଓ୍ଵିକେଟ୍‌, ୨୯.୨ ଓଭର)

ସମ୍ବନ୍ଧିତ ଖବର