ରାଉରକେଲା: ଅଜଣା ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଉରକେଲା: ଅଜଣା ଟ୍ରକ ଧକ୍କା ଦେବାରୁ ଗୁରୁବାର ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଲାହେତୁ ସାନ ବାଲିଯୋର ଗାଁର ୩ ଜଣ ଯୁବକ ଆଦମ ଆଇନ୍ଦ (୨୨), ସୁରସେନ ମୁଣ୍ଡା(୨୧) ଓ ଜିନ୍ଦଲ ମୁଣ୍ଡା (୨୦) ବିବାହ ପାଇଁ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ଝାଡ଼ଖଣ୍ଡ ଯାଇଥିଲେ।

 

ଆଗାମୀ ଜାନୁଆରୀ ୨୩ରେ ଆଦମ ଆଇନ୍ଦଙ୍କ ବିବାହ ଯୋଗୁଁ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା। ଫେରିବା ବାଟରେ ଏମାନଙ୍କ ବାଇକ୍‌ (ଓଆର ୧୪କେ ୫୬୨୬)କୁ ଏକ ଟ୍ରକ ଧକ୍କା ଦେଇଥିଲା। ବେଦବ୍ୟାସ ନିକଟସ୍ଥ ଭଗବତୀ କଣ୍ଟା ନିକଟରେ ୩ ଜଣ ଯୁବକ ଅଜଣା ଟ୍ରକ ଧକ୍କାର ଶିକାର ହୋଇଥିଲେ। ବାଇକ୍‌କୁ ଧକ୍କା ଦେବା ପରେ ଟ୍ରକ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଆଦମ ଆଇନ୍ଦ ଓ ସୁରସେନଙ୍କ ମୃତ୍ୟୁ ଘଟିଥିବା ବେଳେ ଜିନ୍ଦଲ ମୁଣ୍ଡାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର